ବାଲେଶ୍ବର ଜିଲ୍ଲା ସଭାପତି ଦାୟିତ୍ୱ ନେଲେ ରବି ନାରାୟଣ ଦତ୍ତ

ବାଲେଶ୍ବର,(ନାଗରାଜ ନ୍ୟୁଜ): ସମୃଦ୍ଧ ଓଡିଶା ଏକ ରାଜନୈତିକ ଦଳ । ଏହି ଦଳ ରାଜ୍ୟ କାର୍ଯ୍ୟକାରିଣୀର ଅନୁମୋଦନ କ୍ରମେ ମାନସିଂହ ବଜାର, ମୋତିଗଞ୍ଜ, ବାଲେଶ୍ବରର ରବି ନାରାୟଣ ଦତ୍ତଙ୍କୁ ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ଶ୍ରୀ ଦତ୍ତ ଜଣେ ଶାନ୍ତ, ସରଳ, ସଚ୍ଚୋଟ ଓ କାର୍ଯ୍ୟ ଦକ୍ଷତାକୁ ଅନୁଧ୍ୟାନ କଲା ପରେ ଆଶା ଓ ଭରସା ରଖି ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ଆଗାମୀ ଦିନରେ ଜିଲ୍ଲାରେ କିପରି ଦଳର ଉନ୍ନତି ହେବ ସେ ଗୁରୁ ଦାୟିତ୍ୱ ମଧ୍ୟ ଦଳ ତାଙ୍କୁ ଦେଇଛି । ପ୍ରକାଶ ଥାଉକି ଶ୍ରୀ ଦତ୍ତ ୨୦୧୭ ମସିହାରୁ ଉକ୍ତ ଦଳରେ ରହି କାର୍ଯ୍ୟ କରି ଆସୁଅଛନ୍ତି । ଉକ୍ତ ଦାୟିତ୍ୱ ନେବା ପରେ ଶ୍ରୀ ଦତ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରିବା ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଦଳ କିପରି ଜିଲ୍ଲାରେ ମଜଭୁତ ହୋଇ ଛିଡ଼ା ହେବ ସେଥିପାଇଁ ପ୍ରାଣପଣେ ଅହରହ ଉଦ୍ୟମ ଚଳାଇଛନ୍ତି ଶ୍ରୀ ଦତ୍ତ । ୨୦୨୪ ମସିହା ସାଧାରଣ ନିର୍ବାଚନରେ ଦଳ କିପରି ଜିଲ୍ଲାରେ ବାଜିମାତ୍ କରିବ ଏବେଠାରୁ ଶ୍ରୀ ଦତ୍ତ ରଣକୌଶଳ ଆରମ୍ଭ କଲେଣି । ବାଲେଶ୍ବର ଜିଲ୍ଲା ସଭାପତି ପଦ ପାଇଁ ଶ୍ରୀ ଦତ୍ତଙ୍କୁ ବହୁ ପୂର୍ବରୁ ଦଳ ନିଯୁକ୍ତି ଦେବାର ଥିଲା, ଯାହାହେଉ ବିଳମ୍ବ ହେଲେ ବି ପରିଶ୍ରମ କେବେ ବି ବୃଥା ହେବନାହିଁ, ଦଳ ନିଶ୍ଚୟ ବାଜିମାତ୍ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦତ୍ତ ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.