ବେଆଇନ କାଠ ବୋଝେଇ ଗାଡ଼ି ଜବତ କଲା ବାଲିଆପାଳ ପୋଲିସ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପୋଲିସ ଦ୍ୱାରା ଜବତ ହେଲା ବେଆଇନ୍ କାଠ ବୋଝେଇ ପିକଅପ୍ ଭ୍ୟାନ୍ । ଡ୍ରାଇଭର ଓ ହେଲପର ପୋଲିସ ଦ୍ୱାରା ଅଟକ । ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଚୌମୁଖରୁ ଏକ କାଠ ବୋଝେଇ ପିକଅପ୍ ଭ୍ୟାନ ଜଳେଶ୍ଵର ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଖବରପାଇ ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁଙ୍କ ନିର୍ଦ୍ଦେଶ କ୍ରମେ ପାରୁଳିଆ ଛକ ଠାରେ ପିକଅପ୍ ଭ୍ୟାନଟିକୁ ପୋଲିସ କର୍ମଚାରୀମାନେ ଜବତ କରିବାରେ ସକ୍ଷମ ହୋଇଥିଲେ । ଜବତ ପରେ ଲଙ୍ଗଳେଶ୍ୱର ବନବିଭାଗକୁ ହସ୍ତାନ୍ତର କରିଛି ଥାନା । ଲଙ୍ଗଳେଶ୍ୱର ଫରେଷ୍ଟର ଶଶିଧର ମହାନ୍ତି, ଗାର୍ଡ ହୃଷିକେଶ ପ୍ରଧାନ ଓ ପ୍ରମିଳା ସେନ୍ ପ୍ରମୁଖ ଜବତ କାଠ ସହ ପିକଅପ୍ ଭ୍ୟାନଟିକୁ ନିଜ ହେପାଜତକୁ ନେଇଛନ୍ତି । ପିକଅପରେ ଦାମୀ ନିମ୍ବ କାଠ ସହ ଆକାଶି କାଠ ଥିବାର ସୂଚନା ମିଳିଛି । କାଠ ଗୁଡିକର ଆନୁମାନିକ ମୂଲ୍ୟ ତିରିଶ ହଜାରରୁ ଅଧିକ ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଡ୍ରାଇଭର ଓ ହେଲପର୍ କୁ ବାଲିଆପାଳ ପୋଲିସ ଅଟକ ରଖିଛି ।

Leave a Reply

Your email address will not be published.