ବାଙ୍କୀ ପରିଦର୍ଶନରେ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ କମିଶନର

ବାଙ୍କୀ, (ନାଗରାଜ ନ୍ୟୁଜ): ଆଜି ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ କମିଶନର ପ୍ରମୋଦ କୁମାର ମେର୍କାପଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଅଚାନକ ବାଙ୍କୀ ଡମପଡା ବ୍ଲକ ପରିଦର୍ଶନ କରିଥିଲେ । ପ୍ରଥମେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ଦର୍ଶନ ପରେ ବାଙ୍କୀ ଡମପଡା ବ୍ଲକର ଜାତମୁଣ୍ଡିଆ, ରଗଡି ଓ ତୁଳସୀପୁର ଭଳି ବିଭିନ୍ନ ପଞ୍ଚାୟତର ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ତୁଳସୀପୁର ଠାରେ ଥିବା ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିଥିଲେ । ଅନ୍ୟପଟେ ଉକ୍ତ ଅଞ୍ଚଳରେ ରହିଥିବା ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ କମିଶନର କହିଛନ୍ତି । ଏହି ସମୟରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ସମେତ ଡମପଡା ବ୍ଲକ ବିଡିଓ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.