ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାରବାଟୀ ଦୁର୍ଗର ସଫେଇ କାର୍ଯ୍ୟକ୍ରମ

କଟକ, (ନାଗରାଜ ନ୍ୟୁଜ): କଟକର ହଜାର ବର୍ଷର ଗୌରବାନ୍ୱିତ ଇତିହାସର ମୁଖ ସାକ୍ଷୀ ବାରବାଟୀ ଦୁର୍ଗର ପୁନଃରୁଦ୍ଧାର ସହିତ ଏହାର ଚତୁର୍ପାଶ୍ୱକୁ ସ୍ଵଛ ରଖିବା ଦିଗରେ ପ୍ରଶାସନ ସହିତ ଜନସାଧାରଣ ମଧ୍ୟ ସଚେତନ ହେବା ଜରୁରୀ । ଗୋଟେ ପଟେ ଦୁର୍ଗର ନବୀକରଣ ପ୍ରକ୍ରିୟା ଚାଲିଥିବା ବେଳେ ଅନ୍ୟପଟେ ଦୁର୍ଗର ପରିପାର୍ଶ୍ଵରେ ଅଳିଆ ଆବର୍ଜନା ପଡିରହିବା ଅତ୍ୟନ୍ତ ପରିତାପର ବିଷୟ । ଏହାକୁ ଦୃଷ୍ଟିରେ ରଖି ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଜି ପ୍ରାତଃ ୭:୩୦ ଘଟିକା ସମୟରେ ଦୁର୍ଗ ଚତୁପାର୍ଶ୍ୱରେ ସ୍ୱଛତା କାର୍ୟ୍ୟକ୍ରମ କରାଯାଇଥିଲା ।

Leave a Reply

Your email address will not be published.