ବାରଙ୍ଗ ରୁ ଜଣେ କୋଭିଡ଼ ପଜେଟିଭ

ଭୁବନେଶ୍ୱର,୧୦। ୭(ଏନ୍‌ ନ୍ୟୁଜ୍‌) କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦାଢ଼ାପାଟଣା ରୁ ଜଣେ ୨୮ ବର୍ଷୀୟ ଯୁବକ କୋଭିଡ଼ ୧୯ ସଂକ୍ରମିତ ଥିବା ଚିହ୍ନଟ ପରେ ପ୍ରଶାସନ ଦାଢାପାଟଣା ବଜାର ଓ ଗ୍ରାମକୁ ସିଲ କଲା । ଯୁବକଙ୍କ ସଂସ୍ପର୍ଷରେ ଆସିଥିବା ୧୬ ଜଣଙ୍କୁ ସଂଗରୋଧ ରହିବାକୁ ନିର୍ଦ୍ଦେଶ ଜାରୀ କଲା ପ୍ରଶାସନ। ଯୁବକ ଜଣକ ଭୁବନେଶ୍ଵରର ଏକ ଘରୋଇ ସଂସ୍ଥାର ଗାଡ଼ି ଚଳକ ଭାବେ କାମ କରନ୍ତି । ବର୍ତ୍ତମାନ ଶୁଦ୍ଧା ବାରଙ୍ଗ ବ୍ଲକ୍ ଅଞ୍ଚଳର କୁହ୍ନେଇପଡାରୁ ଜଣେ, ବିଶିପଦାରୁ ଜଣେ ଓ ଦାଢ଼ାପାଟଣାକୁ ମିଶାଇ ମୋଟ ୩ ଜଣ ସଂକ୍ରମିତ ବାହାରିଛନ୍ତି।

Leave a Reply

Your email address will not be published.