ନୀଳଗିରି ପୁଲିସର ବେଆଇନ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା ଓ  ଚାକିରରୁ ବହିଷ୍କାର ଦାବି କଲା ବାରଙ୍ଗ ସାମ୍ବାଦିକ ସଂଘ

ବାରଙ୍ଗ,(ନାଗରାଜ ନ୍ୟୁଜ): ନୀଳଗିରି ଥାନା ପୁଲିସର ସାମ୍ବାଦିକ ଲୋକନାଥ ଦଳାଇଙ୍କ ବିରୁଦ୍ଧରେ ଉଦ୍ଦେଶ୍ୟ ପ୍ରଣୋଦିତ ଅମାନବୀୟ ଭାବେ ନେଇଥିବା କାର୍ଯାନୁଷ୍ଠାନକୁ ବିରୋଧ କରି ବାରଙ୍ଗ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଗଣ କନକ ଦୁର୍ଗା ମନ୍ଦିର ପରିସରରେ ସଭାକରି ନିନ୍ଦା କରିଛନ୍ତି ।  ଭାରତୀୟ ସମ୍ବିଧାନିକ ବିଧିବ୍ୟବସ୍ଥାର ଆଇନ୍‌ ପରିସରର ବାହାରକୁ ଯାଇ କର୍ଯ୍ୟାନୁଷ୍ଠାନ ନେଇଥିବା ପୁଲିସ ଅଧିକାରି ଓ କର୍ମଚାରୀଙ୍କୁ ତୁରନ୍ତ ଚାକିରରୁ ବହିଷ୍କାର କରିବା ଦାବିରେ ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରେରଣ କରିଛନ୍ତି। ସାମ୍ବାଦିକ କିଶୋର ଚନ୍ଦ୍ର ସାହୁ, ରୁଦ୍ର ନାରାୟଣ ଷଡ଼ଙ୍ଗୀ, ପ୍ରକାଶ ଚନ୍ଦ୍ର ସାହୁ, ଲିଙ୍ଗରାଜ ରାଉତ, ମନୋଜ କୁମାର ସ୍ଵାଇଁ, ପ୍ରବିଣ କୁମାର ପ୍ରଧାନ, ଦୁଷ୍ମନ୍ତ କୁମାର ଜେନା, ଏସକେ ଆବିଦଉଲ୍ଲ ମୁନାଵ, ଅଜୟ କୁମାର ରାଉତ, ମହେନ୍ଦ୍ର କୁମାର ବେଉରା, ଟୁଲୁ କୁମାର ପାତ୍ର,କୃଷ୍ଣଚନ୍ଦ୍ର ସ୍ଵାଇଁ,  ବିକାଶ ବେହେରା, ପ୍ରଶାନ୍ତ କୁମାର ସାହୁ,ତୁଷାରକାନ୍ତ ବେହେରା, ସନ୍ତୋଷ କୁମାର ପାଣି,ଗୌରାଙ୍ଗ ଚରଣ ରାଉତ, ତ୍ରିଲୋଚନ ଦାସ, ସୁବାସ ସାହୁଙ୍କ ସମେତ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published.