ବାସନ୍ତୀ ଲତା ଜେନାଙ୍କୁ ପୁରସ୍କୃତ କଲେ ଡିଗ୍ରୀ ଇଞ୍ଜିନିୟର ରମାକାନ୍ତ ବେହେରା

ବାଲେଶ୍ବର, (ନାଗରାଜ ନ୍ଯୁଜ): ଗତକାଲି ଥିଲା ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ଉତ୍ସବ । ଏହି ଉପଲକ୍ଷେ ଆଳଦ, ଖଇରା ଓ ବାଲେଶ୍ବର ଠାରେ ପ୍ରତିଷ୍ଠିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହ୍ଵାଟ୍ସଆପ୍ ଗୃପକୁ ନିର୍ଦ୍ଦିଷ୍ଟ ସମୟ(ସକାଳ ୭ଘ.୩୦ମି. ରୁ ରାତି ଘ୮.୦୧ମି.) ଭିତରେ ଆସିଥିବା କବିତା ଗୁଡିକ ମଧ୍ୟରୁ ଭାରତୀ ସାହୁ,‌ ରୀତାଅପରାଜିତା ମହାନ୍ତି, ରଞ୍ଜୁଲତା ପାଢୀ, ରଞ୍ଜିତା ସାହୁ,‌ ବାସନ୍ତୀ ଲତା ସାହୁ, ରୀତାଞ୍ଜଳି ଡାକୁଆ, ଅନୁସୟା ରାଉତ, ଉର୍ବଶୀ ଦାଶ(ପତି)ଉର୍ମିଳା ମହାପାତ୍ର ଓ ସୁସ୍ମିତା ମହାପାତ୍ରଙ୍କୁ ରାଜ୍ୟ ସ୍ତରୀୟ ଅନଲାଇନ୍ ଅଘୋଷିତ କବିତା ପ୍ରତିଯୋଗିତାରେ ସାମିଲ କରାଯାଇଥିଲା ।

ସମସ୍ତ ୧୦ଗୋଟି କବିତାକୁ ତୁଳସୀପୁର, କଟକର କବୀ ଓ ଲେଖିକା ସୁଜାତା ମହାନ୍ତି ସମୀକ୍ଷା କରିଥିଲେ । ଶ୍ରୀମତୀ ମହାନ୍ତିଙ୍କ ସମୀକ୍ଷାରେ ବାସନ୍ତୀ ଲତା ଜେନା ପ୍ରଥମ, ରଞ୍ଜୁଲତା ପାଢୀ ଦ୍ବିତୀୟ ଓ ଉର୍ବଶୀ ଦାଶ(ପତି) ତୃତୀୟ ସ୍ଥାନ ଅଧିକାର କରିଥିଲେ । ଯାହାର ଫଳାଫଳ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଆଜି(୨୩/୮/୨୧) ଘୋଷଣା କରିଛନ୍ତି । ଏହି ଫଳାଫଳରେ ମୁଗ୍ଧ ହୋଇ ସାହିତ୍ୟକୁ ଭଲ ପାଉଥିବା ଜଣେ କାର୍ଯ୍ୟରତ ଡିଗ୍ରୀ ଇଞ୍ଜିନିୟର ରମାକାନ୍ତ ବେହେରା ସାହିତ୍ୟର ଉନ୍ନତି ପାଇଁ ବାସନ୍ତୀ ଲତା ଜେନାଙ୍କୁ ସ୍ବ-ଇଛାରେ ତିନି ହଜାର(୩,୦୦୦/-)ଟଙ୍କା ପ୍ରଦାନ କରି ପୁରସ୍କୃତ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ବେହେରାଙ୍କ ଘର ବାଲେଶ୍ବର ଜିଲ୍ଲା ଖଇରା ଏବଂ ସେ ଏବେ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ପୁରସ୍କାର ରାଶି ଅନୁଷ୍ଠାନ ଗ୍ରହଣ କରିଛି । ଏଥିସହିତ ଶ୍ରୀ ବେହେରା ଓ ସମସ୍ତ ଅଂଶ ଗ୍ରହଣକାରୀ ଏବଂ ସମୀକ୍ଷା କାରିଣୀ ଶ୍ରୀମତୀ ମହାନ୍ତିଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ଉଚ୍ଚ ପ୍ରଶଂସା କରାଯାଇଛି ବୋଲି ସମ୍ପାଦକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.