ବାସେରୀ ସାହି ପୁଲିସକୁ ମିଳିଲା ବଡ଼ ସଫଳତା, ୫ ବ୍ରାଉନସୁଗାର ବେପାରୀ ଗିରଫ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ବାସେରୀ ସାହି ପୁଲିସକୁ ମିଳିଲା ବଡ ସଫଳତା । ପୁରୀ ସମୁଦ୍ରକୂଳ ନୂଆ ରାସ୍ତାରେ ଓମକାସର ମନ୍ଦିର ପାଖରେ ବାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁଯାୟୀ ଖବରପାଇ ବାସେରୀ ସାହି ଥାନା ଅଧିକାରି ଚଢ଼ାଉ କରିଥିଲେ । ୧୪୦ଗ୍ରାମ ବାଉନସୁଗାର ୫ଜଣଙ୍କୁ ଗିରଫ କରିଛି । ଏହାର ମୁଖ୍ୟ ମାଷ୍ଟମାଇଣ୍ଡି ଅନିରୁଦ୍ଧ ଜୟସିଙ୍ଗ । ଯିଏକି ଅଳ୍ପ ଦିନ ହେବ ଜେଲରୁ ବାହାରିଛି । ଅନିରୁଦ୍ଧ ନାମରେ ପୂର୍ବରୁ ମର୍ଡର ଓ ଲୁଟୁତରାଜ ଆଦି ଅଭିଯୋଗ ରହିଛି । ଅନ୍ୟ ୪ଜଣ ଅଭିଯୁକ୍ତ ହେଉଛନ୍ତି ହେରେରବି ନାୟକ, ବୁଧିଆ ଶୋଆନି, ଜୟ ପ୍ରକାଶ ଦାସ ଓ ଦିପୁ ପ୍ରଧାନ ।

Leave a Reply

Your email address will not be published.