ଢେ଼ଙ୍କାନାଳରେ ବେ -ସାହାରାଙ୍କ ସାହାରା ସାଜିଛି “ଭରସା”

ଢେ଼ଙ୍କାନାଳ,(ନାଗରାଜ ନ୍ୟୁଜ): ଢେ଼ଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଙ୍କ ଅଭିନବ ପ୍ରୟାସ |ବେ ସାହାରା ଙ୍କୁ ସାହାରା ଦେବା ପାଇଁ ବାର୍ଦ୍ଧକ୍ୟ ,ନିରାଶ୍ରୟ ମାନଙ୍କ ସହାରା ସାଜିଛି “ଭରସା” | ଭରସା ମାଧ୍ୟମରେ ଜିଲ୍ଲାର ୮ଗୋଟି ବ୍ଲକ ରେ ଭରସା ମଧ୍ୟରେ ୬୦୦ଟି ବାର୍ଦ୍ଧକ୍ୟ ଓ ବିଧବା ଭତା ପ୍ରଦାନ କରାଇଛନ୍ତି |ଓଡ଼ିଶା ରେ ପ୍ରଥମ ସ୍ୱାଗତଯୋଗ୍ୟ ପଦକ୍ଷପ ,ଯାହା ଢେ଼ଙ୍କାନାଳ ଜିଲ୍ଲାରୁ ଜିଲ୍ଲାପାଳ ଶ୍ରୀ ସେଠୀ ଙ୍କ ଦ୍ୱାରା ଆରମ୍ଭ ହୋଇଛି |ଆଜି ଭରସା ଯୋଜନା ମାଧ୍ୟମରେ ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ୫୨ଟି ନୂତନ ଭତା ପ୍ରଦାନ କରାଯାଇଅଛି ସେଥିମଧ୍ୟରୁ ୨୦ଟି ବିଧବା ଭତା, ଭିନ୍ନକ୍ଷମ ଦୁଇଟି,ଅଭିବାହିତା ମହିଳା ଗୋଟିଏ, ବାର୍ଦ୍ଧକ୍ୟ ଭତା ୨୯ଟି ପ୍ରଦାନ କରାଯାଇଥିଲା |୧୧ଜାନୁୟାରୀ ୨୦୨୩ଅପରାହ୍ନ ୧୨ଘଟିକା ସମୟରେ ସରପଞ୍ଚ ଲକ୍ଷ୍ମୀପ୍ରୀୟା ଦଳାଇ ଙ୍କ ସଭାପତିତ୍ୱରେ ନୂତନ ଭତା ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥୀ ଭାବେ ଗଁଦିଆ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ଭତା ବାଣ୍ଟିବା ସହିତ ଆଗାମୀ ଦିନରେ କେହି ଭାତରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପରିପ୍ରକାଶ କରିବା ସହିତ ଏହି ମହତ କାର୍ଯ୍ୟପାଇଁ ଜିଲ୍ଲାପାଳ ଙ୍କୁ ଉଚ୍ଚ ପ୍ରସଂଶା କରିଥିଲେ ,ସେଇପରି ଭାବେ ସଂମ୍ମାନୀତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ଗାୟତ୍ରୀ ମଲ୍ଲିକ୍ ,ସଭା ସଂଜୋଜନା କରିଥିଲେ ଜି ଆର ଏସ ସରୋଜ କୁମାର ଦଳାଇ, ସମାଜସେବୀ ସାଗର ଦଳାଇ ସମେତ ,ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତି ଥିଲେ |ବିଡ଼ିଓ ଆଶିଷ ରଞ୍ଜନ ସାହୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ ଯେ କିଛି ମାସ ମଧ୍ୟରେ ଗଁଦିଆ ବ୍ଲକ ରେ ଭତା ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.