ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ସମୁଦ୍ରଆଳତି

ପୁରୀ, (ନାଗରାଜ ନ୍ୟୁଜ): ଆଜି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୌଷ ପୂର୍ଣ୍ଣିମା ଅବସରରେ ୧୬ ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି । ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଥାଏ । ଆଜି ଏହାର ବାର୍ଷିକ ଉତ୍ସବ ପାଳନ କରାଯାଉଥିବାବେଳେ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କ ସମେତ ରାଜ୍ୟପାଳ ଗଣେସୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମାଭାରତୀ ଓ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତା ସହ ଦିବ୍ୟ ସନ୍ଦେଶ ଭକ୍ତ ଜନଙ୍କୁ ଦେଉଛନ୍ତି । ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ୟେଶ୍ୟରେ ଏହି ଆଳତୀ କରାଯାଉଛି । ତେବେ ସନ୍ଧ୍ୟା ସାଢେ ଛଅଟାରେ ମହଦଧି ଆରତୀ ଆରମ୍ଭ ହୋଇଥିଲା । ଜଗତଗୁରୁ ଶଙ୍କରାଚାର୍ୟ୍ୟ ଏହି ଆଳତୀ କରିଥିଲେ ।

Leave a Reply

Your email address will not be published.