ପୁରୀ ସହରରେ ବିଗିଡିବାରେ ଲାଗିଛି ସୌନ୍ଦର୍ଯ୍ୟକରଣ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସହରରେ ବିଗିଡିବାରେ ଲାଗିଛି ସୌନ୍ଦର୍ଯ୍ୟକରଣ ।ପୁରୀ ପ୍ରଶାସନ ପକ୍ଷରୁ ପୁରୀ ସହରକୁ ସୌନ୍ଦର୍ଯ୍ୟମୟ ରଖିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ହେଲେ ପ୍ରତ୍ୟୁକ ବର୍ଷ ନୂଆ ବର୍ଷ ଆସିଲେ ଏହି ସୌନ୍ଦର୍ଯ୍ୟକରଣ କଥା ପ୍ରଶାସନ ର ମନେ ପଡୁଛି ପୁଣି ନୂଆବର୍ଷ ଚାଲିଗଲେ ସବୁ ଭୂଲିଯାଉଛନ୍ତି ବୋଲି ସଙ୍ଗଠନ ପକ୍ଷରୁ କୁହା ଯାଇଛି ।ଆସୋଷେସନ୍ ଅଫ୍ ଟୁଇଟର ଆକ୍ତିଭିଟି ପକ୍ଷରୁ ପୁରୀକୁ ସୁନ୍ଦର ରଖିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ କେବଳ ବର୍ଷକୁ ଥରେ ନୁହେଁ ପ୍ରତ୍ୟୁକ ମାସରେ ପୁରୀ ସହରକୁ ସଫା କରାଯାଉ ।ରାସ୍ତା ମଝିରେ ଥିବା ଷ୍ଟ୍ରେଟ ଲାଇଟ୍ ଗୁଡିକରେ ଲାଗିଥିବା ଲିଚୁ ମାଳ ଗୁଡ଼ିକ ଖରାପ ହୋଇ ଯାଇଚି ଯେଉଁଗୁଡିକ ପର୍ଯ୍ୟଟକଙ୍କୁ ଅତ୍ୟନ୍ତ ଆକୃଷ୍ଟ କରୁଥିଲା ସେଗୁଡିକୁ ପୁନର୍ବାର ଲଗାଯାଇ ରଙ୍ଗୀନ ଆଲୋକ କରାଯାଉ ବୋଲି ଦାବି କରାଯାଇଛି ।

ସହରର ପ୍ରବେଶ ପଥ କହିଲେ ଅଠରନଳା କୁ ବୁଝାଏ ତେଣୁ ପ୍ରଥମେ ସେଠାରୁ ସଫା କରାଯାଇ ସହର ଭିତର ସଫା କରାଯାଉ ବୋଲି କୁହାଯାଇଛି ଏବଂ ପ୍ରଶାସନ ସହ ସବୁବେଳେ ଆଟା ସଂଗଠନ ରହିଛି ,ଯେତେବେଳେ ବି ଯେଉଁ କାର୍ଯ୍ୟରେ ସଂଗଠନକୁ ଲୋଡା ଯାଏ ସେବେ ଆସି ସଂଗଠନ ପ୍ରଶାସନ ସହ ମିଶି ସମସ୍ତ କାର୍ଯ୍ୟ କରିବ ବୋଲି ସଂଗଠନର ସଭାପତି ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନର ବିସ୍ମୟ ମିଶ୍ର,ଶୁଭଶ୍ରୀ ବେହେରା,ଦେବେନ୍ଦ୍ର ସୁବୁଦ୍ଧି,ମାନସ ରଥ,ନିରାକାର ମହାରଣା,ଦେବରାଜ ଦାସ,ସତ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published.