ବେଗୁନିଆପଦା ହତ୍ୟା ମାମଲା, ୨ ମହିଳାଙ୍କ ସମେତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଟକ, (ନାଗରାଜ ନ୍ୟୁଜ): ଭଦ୍ରେଶ୍ୱର ଫାଣ୍ଡି ବେଗୁନିଆପଦା ଗାଁ’ର ବହୁଚର୍ଚ୍ଚିତ ମୃତ୍ୟୁଞ୍ଜୟ ଦାସ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ମାହାଙ୍ଗା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ, ଏହି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି ।ମୃତ୍ୟୁଞ୍ଜୟୁ ଓରଫ ମଣ୍ଟୁ ଦାସ (42)କୁ ମାରଣାସ୍ତ୍ର ଯୋଗେ ଆକ୍ରମଣ ହୋଇଥିଲା । ଏହିଘଟଣାରେ ଅଭିଯୁକ୍ତ ଥିବା ୨ ଜଣ ମହିଳା ଦେବୀ ଦାସ ଓ ସରସ୍ଵତୀ ଦାସଙ୍କ ସହିତ ବୀରେନ ଦାସ, ରମାକାନ୍ତ ଦାସ ଏବଂ ଶିବୁ ଦାସଙ୍କୁ ନେଇ ୫ ଜଣଙ୍କୁ ଅତି ଚତୁରତାର ସହ ସ୍ଥାନୀୟ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

ଏହି ୫ ଅଭିଯୁକ୍ତଙ୍କୁ ମାହାଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ଦେଖିବାକୁ ମିଳିଥିଲା । ତେବେ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଥିବା କୁହାଯାଉଛି । ଖୁବ ଶୀଘ୍ର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଫାଣ୍ଡି ଅଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.