ଭାଗବତ ମେଳନ ପାଳିତ

ପିପିଲି, (ନାଗରାଜ ନ୍ୟୁଜ): ପିପିଲି ରୂପଦେଇପୁର ଗ୍ରାମ ମାବୁଢିଠାକୁରାଣି ପିଠରେ ପବିତ୍ର ରାମନବମୀ ତିଥିରେ ଗତ ଦୁଇଦିନଧରି ଅତି ପୁରାତନ ଭାଗବତ ମେଳନ ବହୁତ ଆନନ୍ଦରେ ପାଳନ କରାଯାଇଅଛି । ଉକ୍ତ ମେଳନରେ ତିନିଗୋଟି ପିଠରୁ ତିନି ବିମାନ ଆସି ସିଂହାସନ ଆରୋହଣ କରିଛନ୍ତି । ତାଙ୍କର ସମ୍ମୁଖରେ ଓଡିଶାର ପ୍ରସିଦ୍ଧ ରାମଲୀଳା ଉଚ୍ଛବ ତିନିଗୋଟି ପଞ୍ଚାୟତ ରୁ ଦୁଇ ହଜାରରୁ ଉର୍ଦ୍ଧ ଲୋକମାନେ ବହୁତ ଶାନ୍ତି ଶୃଙ୍ଖଳାର ସହିତ ମଜା ନେଇଛନ୍ତି । ଅତି ନିକଟରେ ପଞ୍ଚାୟତ ନିର୍ବାଚନ ଜାଇଥିଲେ ମଧ୍ଯ କୌଣସିପ୍ରକାର ମନମାଳିନ୍ଯ ନରଖି ସମସ୍ତ ଉକ୍ତ ଉତ୍ସବରେ ସହଯୋଗ କରିଛନ୍ତି ।ରାମଲିଳା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବ ତାପରେ ବୀମାନ ମାନେ ବାହୁଡ଼ିବେ।

Leave a Reply

Your email address will not be published.