ଭାଗବତ ଓ ପ୍ରବଚନ ସଭା ଉଦଯାପିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ନୀଳବାଡି ସତସଂଘ କମିଟି ଆନୁକୂଲ୍ୟରେ ଆୟୋଜିତ ୧୨ ତମ ବାର୍ଷିକ ଭାଗବତ କଥାମୃତ ପ୍ରବଚନ ସଭା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ସଭାରେ କୁରୁଠିଆ ଆଶ୍ରମର ସାଧୁ ତଥା ବିଶିଷ୍ଟ ପ୍ରବଚକ ଶ୍ରୀ ଶ୍ରୀ ଶ୍ରୀ ରାଇଚରଣ ଦାସ ବାବାଜୀ ମହାରାଜ, ପୁରୀରୁ ଶ୍ରୀ ଶ୍ରୀ ଶ୍ରୀ ଶ୍ୟାମସୁନ୍ଦର ଦାସ ବାବାଜୀ ମହାରାଜ ଓ ନୟନାନନ୍ଦ ସରସ୍ୱତୀ ଦାସ ବାବାଜୀ ମହାରାଜ ପ୍ରମୁଖ ଯୋଗଦେଇ ସାଧୁସଂଘ, ସତସଂଘ ହିଁ ଜୀବନରେ ମୁକ୍ତିର ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ ବାଞ୍ଛାନିଧି ଦେ ମଞ୍ଚ ସଂଯୋଜନା କରିଥିଲେ । ୩ ଦିନ ଧରି ଶୀତଳାମଣ୍ଡପଠାରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରତି ସନ୍ଧ୍ୟାରେ କଣ୍ଠଶିଳ୍ପୀ ନିତ୍ୟଗୋପାଲ, ପଙ୍କଜ କୁମାର ଓ ଦୀପ୍ତରାଗ ଦେ ପ୍ରମୁଖ ଭଜନ ପରିବେଷଣ କରିଥିଲେ । କମିଟି କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଗିରି, ମହେନ୍ଦ୍ର ଗିରି, ହରିଶଙ୍କର ଦାସ, ରବୀନ୍ଦ୍ର ଦାସ, ପଞ୍ଚାନନ ଦାସ, ସନାତନ ଦାସ ଓ ଝାଡ଼େଶ୍ୱର ଦେ ଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.