ଭାବର ଭଜନ’ଭକ୍ତି ଚିନ୍ତାମଣି ‘ଉନ୍ମୋଚିତ

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରର ସିଂହଦ୍ବାର ଠାରେ କବୟିତ୍ରୀ ବିରଳାମଣି ବସ୍ତିଆଙ୍କ ଭାଵ-ଭକ୍ତି ଓ ସମର୍ପଣ ର ଭକ୍ତିସଂଗୀତ ସଂକଳନ, “ଭକ୍ତି ଚିନ୍ତାମଣି “, ବରିଷ୍ଠ ଗୀତିକାର ବଦ୍ରି ମିଶ୍ରଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଚନ୍ଦନପୁର,ଉଆସସାହି ର ୭୨ବର୍ଷିୟ ଏହି ନାରୀକବି, ସଂଘର୍ଷ ଓ ସଂଗ୍ରାମମୟ ଦୁଃଖ ଜୀବନର ଦରଦି ଅନୁଭବକୁ ନେଇ, ଯେପରି ଭାବପୂର୍ଣ୍ଣ ରଚନା କରିଛନ୍ତି,ତାହା ସାରିଆଭିକଙ୍କ ପରି ସ୍ମରଣ ରହିବ ବୋଲି କହିଛନ୍ତି ଗୀତିକାର ଶ୍ରୀ ମିଶ୍ର।ଆଜି ଏହି ଉନ୍ମୋଚନ ସମୟରେ ବର୍ଷିଆନ କଣ୍ଠଶିଳ୍ପୀ ଧନେଶ୍ଵର ମହାପାତ୍ର,କଳା କୃତି ବିକାଶ କେନ୍ଦ୍ର ର ସଂପାଦକ ପ୍ରସନ୍ନ ନାୟକ,ସବିତା ଦାଶ, ମନୋରମା ମିଶ୍ର,ମିତା ପରିଡା,ରୀତା ଵସ୍ତିଆ, ସୁନାବେଶ ଭଜନ ସଂପାଦକ ମନୋଜ ଦ ଇତାପତି ଓ ରବିନାରାୟଣ ପୂଜାପଣ୍ଡା ଉପସ୍ଥିତ ଥିଲେ।ପରେ ପରେ ଏହି ସଂକଳନ କୁ ଠାକୁରଙ୍କ ସିଂହାସନରେ ଲାଗି କରାଯାଇଥିଲା।

Leave a Reply

Your email address will not be published.