ମାହାଙ୍ଗାରୁ ଆରଆଇଙ୍କୁ ଉଠାଇନେଲା ଭଞ୍ଜନଗର ପୋଲିସ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ତହସିଲ ଅନ୍ତର୍ଗତ ଖର୍ତ୍ତାଙ୍ଗ ଆର ଆଇ ଦିଲୀପ ମହାନ୍ତିଙ୍କୁ 420 କେସରେ ଆର ଆଇ ଅଫିସ ସମୁଖରୁ ଉଠାଇନେଲା ଭଞ୍ଜନଗର ପୋଲିସ । ଦିଲୀପ ମହାନ୍ତି ଅମିନ ଭାବେ ଭଞ୍ଜନଗର ଅଞ୍ଚଳରେ ଚକବନ୍ଦୀ କାମରେ ନିୟୋଜିତ ଥିଲେ ।  ସେହି ସମୟରେ ଜମିଜମା ଘାଟଣାକୁ ନେଇ ଦୁର୍ନୀତି କରିଥିବା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା ।  2021ରେ ସେବେ ଠାରୁ ଅମିନ ଥିବା ଦିଲୀପ ମହାନ୍ତିଙ୍କୁ ବାରମ୍ବାର ହାଜିରା ପାଇଁ ନୋଟିସ ହୋଇଥିଲେ ମଧ୍ୟ ଦିଲୀପ ହାଜିରା ହୋଇନଥିଲେ । ଆଜି ଭଞ୍ଜନଗର ପୋଲିସ ଦିଲୀପ ମହାନ୍ତିଙ୍କୁ କେସ ନମ୍ବର 373/21/ମାମଲା ରେ ଗିରଫ କରି ମାହାଙ୍ଗା ଥାନାରେ ହାଜର କରି ଅଧିକ ତଦନ୍ତ ପାଇଁ ଭଞ୍ଜନଗର ଥାନାକୁ ନିଆଯାଇଛି । ଭଞ୍ଜନଗର ପୋଲିସ ଆସିଥିବା ହୁଣ୍ଡାଇ ଭେନ୍ୟୁ କାରର ଆଗ ଏବଂ ପଛ ନମ୍ବର ପ୍ଲେଟ ଖୋଲାହୋଇଥିବା ଦେଖିବାକୁ ମିଳିଥିଲା। ଆର୍ ଆଇ ଙ୍କୁ ଅଫିସ ଆଗରୁ ଉଠାଇ ଆଣିବା ପରେ ସ୍ଥାନୀୟ ଅଂଚଳରେ ସନ୍ଦେହ ସୃଷ୍ଟି ହୋଇଥିଲା ପରେ ମାହାଙ୍ଗା ପୋଲିସ ତାହା ଭଞ୍ଜନଗର ପୋଲିସର ଗାଡି ବୋଲି ସ୍ପଷ୍ଟ କରିଥିଲା।

Leave a Reply

Your email address will not be published.