କୁମ୍ଭୀର ଗଣନା ଆଜିଠାରୁ ଆରମ୍ଭ, ୧୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ, (ନାଗରାଜ ନ୍ୟୁଜ): ଭିତରକନିକାରେ କୁମ୍ଭୀର ଗଣନା ଆଜିଠାରୁ ଆରମ୍ଭ ହେଉଛି । ଗତ ୨ ତାରିଖରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ କରାଯାଇଛି । ଏହି ଗଣନାରେ ୨୨ଟି ଟିମ ନିୟୋଜିତ ହେବେ ସେହିପରି ପ୍ରତି ଟିମରେ ୪ ରୁ ୫ ଜଣ କର୍ମଚାରୀ ରହିବେ । ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ ତେବେ ଏହା ପୂର୍ବରୁ ଗଣନାରେ ନିୟୋଜିତ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି । କୌଣସି ପ୍ରକାର ଅସୁବିଧା ନପୁଜିବା ପାଇଁ ଏ ପ୍ରକାର ବନ୍ଦବୋସ୍ତ କରାଯାଇଛି । ପୁର୍ବବର୍ଷ ୧ ହଜାର ୭୬୮ଟି ବଉଳା କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଆହୁରି ସଂଖ୍ୟା ବଢିବା ନେଇ ଆଶା ରଖିଛି ବନ ବିଭାଗ ।

Leave a Reply

Your email address will not be published.