ବିଧାରପୁର ସ୍ଥିତ ବିଶ୍ୱ କଲ୍ୟାଣ ଆଶ୍ରମର ୧୦୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ):  ନିରାଡ଼ମ୍ବର ସହ ପାଳିତ ହୋଇଯାଇଛି ବିଧାରପୁର ଏବଂ ଗୁଣ୍ଡୁରାପସୀ ନିକଟରେ ଥିବା ବିଶ୍ୱ କଲ୍ୟାଣ ଆଶ୍ର ର ୧୦୭ ତମ ବାର୍ଷିକ ଉତ୍ସବ । ପ୍ରତିବର୍ଷ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତମାନଙ୍କ ସମାଗମ ଦ୍ୱାରା ବାର୍ଷିକ ଉତ୍ସବ ଅତି ଧୂମଧାମ ସହ ପାଳନ କରାଯାଉଥିବାବେଳେ ବିଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣାକୁ ମାନି ବିନା ଭକ୍ତଙ୍କ ସମାବେଶରେ ନିରାଡ଼ମ୍ବରରେ ପାଳନ ହୋଇଛି । ତେବେ ଉକ୍ତ ଆଶ୍ରମର ମହନ୍ତ ବାବା ନାରଣ ଦାସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟ ସହଯୋଗ ଦ୍ୱାରା ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଖୁବ ସୁରୁଖୁରୁରେ ପାଳିତ ହୋଇଯାଇଛି ବାର୍ଷିକ ଉତ୍ସବ । ତେବେ ବିଶ୍ଵରୁ କରୋନା ମହାମାରୀ ଦୁରେଇ ଯାଉ ଏବଂ ଲୋକମାନେ ସୁଖ ଏବଂ ନିରୋଗୀ ଜୀବନଯାପନ କରନ୍ତୁ  ଭକ୍ତମାନେ ଆଶା ପ୍ରକାଶ କରିଥିଲେ ।

Leave a Reply

Your email address will not be published.