ପୁରୀ ପୋଲିସକୁ ବଡ ସଫଳତା

ପୁରୀ, (ନାଗରାଜ ନ୍ୟୁଜ): ପୋଲିସର ବଛା ବଛା ୬ ଜଣ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ Street crime prevention and detection cell ଟିମ୍ କୁ ଏହି ସଫଳତା ମିଳିଛି।ସହରରେ ସକ୍ରିୟ ଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାରୁ ୧୦୫ ମୋବାଇଲ ଜବତ ହୋଇଛି।ଏହି ଲୁଟ ଗ୍ୟାଙ୍ଗରେ ବିହାରର ଗ୍ୟାଙ୍ଗ ଲିଡର ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।ଗ୍ୟାଙ୍ଗ ଲିଡର ନିଜ ଦୁଇ ଜଣ ସହଯୋଗୀ ସହ ଭକ୍ତ ବେଶରେ ପୁରୀ ଆସି ସ୍ଥାନୀୟ ବାସିନ୍ଦାଙ୍କ ସମେତ ପୁରୀ ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଠାରୁ ମୋବାଇଲ ଲୁଟ କରୁଥିଲେ।ଗ୍ୟାଙ୍ଗର ଦୁଇ ଜଣ ଫେରାର ହୋଇଯାଇଛନ୍ତି।ସେମାନଙ୍କୁ ଧରିବା ପାଇ ପୋଲିସ ଟିମ୍ ଖୋର୍ଦ୍ଧା ଓ ଭୁବନେଶ୍ବରରେ ଚଢ଼ାଉ କରୁଛି।ଲୁଟ ମୋବାଇଲ ପୁରୀ ସହର ଓ ବାହାର ରାଜ୍ୟର ୭ ଜଣ ମାଲିକଙ୍କୁ ମୋବାଇଲ ଫେରାଯାଉଛି।ପୁରୀ ସହର ବାସୀ ତଥା ପର୍ଯ୍ୟଟକ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ହେଲ୍ପ ଲାଇନ୍ ନମ୍ବର 63709767100 ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।Street crime prevention and detection cell ଅତି ସତର୍କତାର ସହ କାମ କରୁଛି।ପୂର୍ବରୁ ମୋବାଇଲ ଓ ଚେନ ଲୁଟ ଘଟଣାରେ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରିଛି।ଏହି ୨୭ ଜଣଙ୍କ ସହ ଆଜି ଗିରଫ ହୋଇଥିବା ୫ ଜଣ ସହରର ବିଭିନ୍ନ ଥାନା ଇଲାକାରେ ଚେନ ଓ ମୋବାଇଲ ଲୁଟ କରୁଥିଲେ।ମୋବାଇଲ ଲୁଟ୍ ର ଶିକାର ହୋଇଥିବା ଗ୍ରାହକଙ୍କୁ ସେମାନଙ୍କ ମୋବାଇଲ ଫେରାଇବା କଠିନ କାର୍ଯ୍ୟ।ସମସ୍ତ କାଗଜପତ୍ର ଅନୁଧ୍ୟାନ କରାଯାଇ ଉପଯୁକ୍ତ ମାଲିକଙ୍କୁ ଏହା ଫେରାଇବା ସହ ଲୁଟରେ ସଂପୃକ୍ତ ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଟାଉନ୍ ଥାନା ସମ୍ମିଳନୀ କକ୍ଷରେ ଆୟୋଜିତ ମୋବାଇଲ ମେଳା ଓ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏସପି କନୱର୍ ବିଶାଲ ସିଂହ ଏହା କହିଛନ୍ତି। ଏହି ଅବସରରେ ମୋବାଇଲ ଲୁଟ୍ ଗ୍ୟଙ୍ଗକୁ ଧରିଥିବା ସ୍ଵତନ୍ତ୍ର ଟିମ୍ କୁ ଏସପି ସମ୍ବର୍ଦ୍ଧିତ କରିଥିଲେ। ମୋବାଇଲ୍ ଫେରି ପାଇବା ପରେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି ମୋବାଇଲ୍ ମାଲିକ ମାନେ .

Leave a Reply

Your email address will not be published.