ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବାରଙ୍ଗ, (ନାଗରାଜ ନ୍ୟୁଜ): ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ନୂତନ ଭାବେ ଗଠିତ ହୋଇଥିବା ଇଞ୍ଜଣା ପଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଜନସାଧାରଣଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଅଞ୍ଚଳର ବହୁ ମହିଳା ଓ ପୁରୁଷଙ୍କ ସମେତ ବହୁ ଦଳୀୟ କର୍ମୀ ବିଧାୟକଙ୍କୁ ଗାଁ ମୁଣ୍ଡରୁ ଦୁଲ୍ଲାଦେବୀ ମନ୍ଦିର ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ।ମନ୍ଦିର ପ୍ରାଙ୍ଗଣରେ ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ୩୨ ନଂ ଜୋନ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀନୀ ବବିତା ରାଉତ, ଅନ୍ତର୍ଯ୍ୟାମୀ କୁଅଁର, ଉଦ୍ଧବ ସାମଲ, ଅର୍ଜୁନ ପରିଡ଼ା, ଶ୍ରୀଧର ବେହେରା, ଚିତ୍ତରଞ୍ଜନ ଦାସ, ମିଟୁ ଦାସ, ସଞ୍ଜୟ ପତି ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ। ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ନୂତନ ଭାବେ ଗଠିତ ପଞ୍ଚାୟତରେ କିଭଳି ବିଜୁ ଜନତା ଦଳ ଶତ ପ୍ରତିଶତ ସଫଳତା ପାଇ ପାରିବ ସେନେଇ । ବିଧାୟକ ଗୁରୁମନ୍ତ୍ର ଦେଇଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଜନକଲ୍ୟାଣ ଯୋଜନା ଓଡ଼ିଶାର ଲୋକଙ୍କ ଘରେ ଘରେ କିଭଳି ପହଞ୍ଚିପାରିଛି । ସେନେଇ ଆଲୋଚନା ହୋଇଥିଲା।ଏଥିସହ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଯୋଗୁଁ ବିଭିନ୍ନ ଯୋଜନାରୁ ବଞ୍ଚିତ ହୋଇଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପାଞ୍ଚ ପଞ୍ଚାୟତରେ ବିଜୁ ଜନତା ଦଳ କିଭଳି ଲୋକଙ୍କ ଅତି ନିକଟତର ହୋଇପାରିବ ଏନେଇ ବହୁ ମୂରବୀ ଶ୍ରେଣୀୟ କର୍ମୀ ଅଭିଭାଷଣ ଦେଇଥିଲେ।ଇଞ୍ଜଣା ଗ୍ରାମର ପ୍ରଦୀପ କୁମାର ଦାସ ଉକ୍ତ କର୍ମୀ ସମ୍ମିଳନୀରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.