ବିଜେପିର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର, (ନାଗରାଜ ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଖଇରା କଲେଜ ନିକଟସ୍ଥ ଲୋଟସ୍ ପ୍ଲାଜା ହୋଟେଲ ପରିସରରେ ଭାଜପା ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ସମାଜସେବୀ ତଥା ଭାଜପାର ବରିଷ୍ଠ ନେତା ସନ୍ତୋଷ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାଜପା ଦଳର ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାସ, ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ପ୍ରସାଦ ଭୂୟାଁ,  ଶିତିକଣ୍ଠ ପଣ୍ଡା,  ଭାଜପା ନେତା ଆଲୋକ ପଣ୍ଡା ଓ ଅଜୟ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।

ଏଥିରେ ଖଇରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ପ୍ରଥମେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଖଇରା ଏବଂ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ତଥା ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ମଞ୍ଚାସୀନ ଆଇନଜୀବୀ ଉପେନ୍ଦ୍ର ପ୍ରସାଦ ଭୂୟାଁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସମ୍ମିଳନୀରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁର ପ୍ରକୃତ ସତ୍ୟ ଉନ୍ମୋଚନ ପାଇଁ ସିବିଆଇ ଦାବି କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଡିଏଫଓ, ଜଙ୍ଗଲ ମନ୍ତ୍ରୀ ଓ ପୋଲିସ ପ୍ରଶାସନଙ୍କ ଉପରେ ବର୍ଷିଥିଲେ ମଞ୍ଚାସୀନ ଅତିଥିମାନେ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସିବିଆଇ ତଦନ୍ତ ପାଇଁ ଦାବି କରନ୍ତୁ ବୋଲି ଠାକୁର ରଣଜିତ ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

Leave a Reply

Your email address will not be published.