ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ୫ନଂ ଯୋନ ଅଧିନ ଜଳଦା ପଞ୍ଚାୟତରେ ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ୫ନଂ ଯୋନର ମଣ୍ଡଳ ସଭାପତି ମହେଶ୍ୱର ନାଥ ସଭାପତିତ୍ୱ କରିଥିବାବେଳେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାଥି ତଥା ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦଳୀୟ ପତାକା ଉତ୍ତଳନ କରିଥିଲେ।ସମ୍ମାନୀତ ଅତିଥିଭାବେ ୫ନଂ ଯୋନର ଜିଲ୍ଲାପରିସଦ ପ୍ରାଥି ରାଜେଶ ମୋହାକୁଡ଼,ମଣ୍ଡଳ ପ୍ରଭାରୀ ଅଜୟ ବେହେରାଙ୍କ ସମେତ ଯୋନର ବିଜେପି ସମର୍ଥିତ ସମସ୍ତ ସରପଞ୍ଚ, ସମିତିସଭ୍ୟ ଏବଂ ବିଜେପି କର୍ମୀମାନେ ଉପସ୍ଥିତ ରହି ଆଗାମୀ ଦିନରେ ଏକତ୍ରୀତ ହୋଇ ଦଳର ସଙ୍ଘଠନକୁ ମଜଭୁତ କରିବେ ବୋଲି ଶପଥ ନେଇଥିଲେ।

ବାଲେଶ୍ୱଲ ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.