ମମିତାଙ୍କୁ ନ୍ୟାୟ ଦାବିରେ ବିଜେପିର ଗଣଧାରଣା

ଢେଙ୍କନାଳ, (ନାଗରାଜ ନ୍ୟୁଜ): ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆଜି ଜିଲ୍ଲା ବିଜେପି ତରଫରୁ ଗଁନ୍ଦିଆ ବ୍ଲକ ସାମ୍ନାରେ ଗଣଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁଙ୍କ ସହ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, କୃଷ୍ଣ ଚନ୍ଦ୍ର ପତ୍ର, ନିହାଲପ୍ରସାଦ ମଣ୍ଡଳ ସଭାପତି ପ୍ରଦୀପ କୁମାର ଦାସ ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମମତା ସ୍ୱାଇଁ ଯୋଗ ଦେଇଥିଲେ । ଗଁନ୍ଦିଆ ବ୍ୟତିତ ରାଜ୍ୟ ବିଜେପି ତରଫରୁ ଆଜି ୩୧୪ ବ୍ଲକରେ ଗଣଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର ଏବଂ ଗିରଫ କରିବା ପାଇଁ ଦାବି କରାଯାଇଥିଲା । ଏହାସହ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ଯହି ଆଗାମୀ ଦିନରେ ସିବଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ନ କରାଯାଏ ତେବେ ଆନ୍ଦୋଳନକୁ ଜୋରଦାର କରିଯିବ ବୋଲି ବିଜେପି ତରଫରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.