ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପକ୍ଷରୁ ଗରିବ ଓ ଅସହାୟଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ଦୀପାବଳି ଅବସରରେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିବା ସଭାରେ ସଭାପତିତ୍ୱ କରିଥିଲେ ଖଇରା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ । ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁର ଅଞ୍ଚଳର ଶିକ୍ଷକ ତଥା ସୁସାହିତିକ ସରୋଜ କୁମାର ଓଝା ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ।

ଔପଦା ଅଞ୍ଚଳର ସାମ୍ବାଦିକ ନିରଞ୍ଜନ ପ୍ରସାଦ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ, ନୃତ୍ୟଗୁରୁ ଓ କୋଷାଧ୍ୟକ୍ଷ ସନ୍ଦିପ ମାଝୀ, ଶିକ୍ଷକନେତା ସୁଦର୍ଶନ ସେଠୀ, ଶିକ୍ଷକ ଅନ୍ତର୍ଯ୍ୟାମୀ ମଲ୍ଲିକ, ଖଇରା ବ୍ଲକ ମହିଳା ସଭାନେତ୍ରୀ ରଶ୍ମିତା ମହାପାତ୍ର ଓ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କର ଗରିବ ଓ ଅସହାୟମାନଙ୍କ ପ୍ରତି ଥିବା ସେବା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ପ୍ରୟାସକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published.