ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ ପାଳିତ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତିର୍ଥସ୍ଥଳୀ ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରଶେଖରବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଉପସଭାପତି ଅର୍ଜୁନ ବରିହା ସଂପାଦକ ଗନ୍ଧର୍ବ ବରିହା, କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଯୁବ ମୋର୍ଚ୍ଚା ସଭାପତି ଗୈାରୀଶଙ୍କର ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ମାଁ ବିନ୍ଧ୍ୟ ବାସିନୀ ଙ୍କ ପୂଜାର୍ଚ୍ଚନା ସହ ସାମୁହିକ ଦର୍ଶନ ସହ ପ୍ରାର୍ଥନା କରାଯାଇଥିଲା । ମାଁ ବିନ୍ଧ୍ୟ ବାସିନୀ ମନ୍ଦିରର ଚତୁର୍ଦିଗରେ ଅଳିଆ ଆବର୍ଜ୍ଜନା ହେଉଥିବା ଯୋଗୁଁ ପର୍ୟ୍ୟଟକମାନଙ୍କୁ ସଫାସୁତୁରା ରଖିବା ପାଇଁ ଅନୁରୋଧ କରାଯାଇଥିଲା ।

ମୁଖ୍ୟ ଅତିଥି ଶ୍ରୀ ବାଗ ବ୍ଳକ ସ୍ତରୟୀ କମିଟି ଓ ଯାତ୍ରା କମିଟି ନାମରେ ପୃଥକ୍ ପୃଥକ୍ ଭାବରେ ପାସବୁକ ଖୋଲିବାକୁ ଜିଲ୍ଲା ବୋର୍ଡ କମିଟି ପକ୍ଷରୁ ୩ ହଜାର ଟଙ୍କା ଯୋଗାଇଦେବା ସଙ୍ଗେ ଯଥା ଶୀଘ୍ର ପାସବୁକ ଖୋଲିବାକୁ ପରାମର୍ଶ ଦେଇଥିଲେ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଞ୍ଚଜୀବନ ମାତ୍ର କ୍ଷଣ ଭଙ୍ଗୂର ତେଣୁ ଆମେ ସମସ୍ତେ ସମାଜ ସେବା ରେ ସମର୍ପିତ ହୋଇ ସମାଜ ପରିଚାଳିତ କାର୍ୟ୍ୟ ରେ ଆନ୍ତରିକତା ର ସହୋଯୋଗ ଓ ବିଶ୍ଵାସ ଲୋଡା ବୋଲି ମତବ୍ୟକ୍ତ ଦେବା ସହ ବାଲ୍ମୀକି ରଚିତ ରାମାୟଣ ଗ୍ରନ୍ଥ ର ଦଶରଥ ରାଜା ରାଣୀ କୈକେୟୀଙ୍କୁ ଦୁଇ ଟି ବର ମାଗିବାକୁ କହିଥିଲେ ଏବଂ କୈକେୟୀ ଦଶରଥ ଙ୍କ ବର ପ୍ରଦାନ ଉପରେ ବିଶ୍ଵାସ ଓ ଭରଷା ରଖିଥିବା ଉପରେ ଆଲୋକପାତ କରିଥିଲେ । ସମସ୍ତ ଙ୍କୁ ବିଶ୍ଵାସ ଓ ଆନ୍ତରିକତା ରଖି ସମାଜ କୁ ସୁଦୃଢ ମଜଭୁତ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ସମ୍ମାନିତ ଅତିଥି ତଥା ଜିଲ୍ଲା ଉପସଭାପତି ଅଜୁର୍ନ ବରିହା । ଶାରଦୀୟ ଦୁର୍ଗାପୂଜା ଅବସରରେ ମାଁ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ପୂର୍ବ ପରମ୍ପରା ରୀତିନୀତି ଅନୁସାରେ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା ।

ମାଁ ବିନ୍ଧ୍ୟ ବାସିନୀ ଙ୍କ ମୁଖ ଶାଳ କୁ ମରାମତି କାର୍ୟ୍ୟ ଯଥାଶୀଘ୍ର ଆରମ୍ଭ କରି ଆସନ୍ତା ଶୀତଳ ଷଷ୍ଠୀ ଯାତ୍ରା ପୂର୍ବରୁ ସମାପ୍ତ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସମାଜ ର ଯେଉଁ ବଦଦାନ୍ୟ ବ୍ୟକ୍ତି ବିଶେଷ ମନ୍ଦିର ମୁଖଶାଳା ନିର୍ମାଣ କାର୍ୟ୍ୟ ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । ମୁଖ ଶାଳ ନିର୍ମାଣ ପାଇଁ ୨ ହଜାରରୁ ଅଧିକ ଟଙ୍କା ସହଯୋଗ କରିବେ ସେମାନଙ୍କ ନାମ କିମ୍ବା ତାଙ୍କ ସ୍ବର୍ଗତ ପୂର୍ବଜମାନ ଙ୍କ ନାମ ମାର୍ବଲ ପଥରରେ ଶିଳାଲେଖା ଯିବ ବୋଲି ମତପ୍ରକାଶ ପାଇଥିଲା । ଆଜି ର ନୂଆଁଖାଇ ଭେଟଘାଟ କାର୍ୟ୍ୟ କ୍ରମରେ ବ୍ଳକ ର ନୂତନ ପଞ୍ଚାୟତ କମିଟି ସଭାପତି ସମ୍ପାଦକ ସଦସ୍ୟ ମାନେ ଯୋଗଦେଇ ଥିଲେ । ନାନ୍ଦୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ଚଙ୍ଗରିଆ ବିଭିଷଣ ବରିହା,ଲୁହାସିଂହା ଗଣେଶ ବରିହା ,ମହରାପଦର ଦସୃବରିହା ,ମାଳପଡା ସୀତାରାମ ବରିହା ,ଦମାଇପାଲି ହୃଦାନନ୍ଦ ବରିହା ପଡିଆବାହାଲ ପରିକ୍ଷିତ ବରିହା ଆଜି ପଞ୍ଚାୟତ ର ସଭାପତି ଙ୍କ ସହ ଅନ୍ୟ ସଭାପତି ମାନେ ଉପସ୍ଥିତ ଥିଲେ । ଖପ୍ରାଖୋଲ ବ୍ଳକ ଉପସଭାପତି କେଶବ ବରିହା, ସଂପାଦକ ବିମଳ ବରିହା, ସହ ସଂପାଦକ ହୃଷିକେଶ ବରିହା, କୋଷାଧ୍ୟକ୍ଷ ବିପିନ ବରିହା ,ଶିକ୍ଷା ବିତ କୁଶଳ ବରିହା, ସ୍ଥାୟୀ ସଭ୍ୟ ଦୀନବନ୍ଧୁ ବରିହା, ମିଡ଼ିଆ ସେଲ୍ ସଂଯୋଜକ ପାଣ୍ଡବ ବରିହା, ସାମାଜିକ ସଂଗଠନ ସଂଯୋଜକ ଟିକେଶ୍ଵର ବରିହା, ସକ୍ରିୟ ସଭ୍ୟ ଲକ୍ଷେଶ୍ଵର ବରିହା, ପ୍ରମୁଖ ଉପସ୍ଥିତ ଥିବା ବେଳେ ବିରଞ୍ଚିବରିହା, ଗୋପଳବରିହା, କୁରେଶ୍ଵରବରିହ. ଯଶୋବନ୍ତ ବରିହା ଓ ଶୁକ୍ରବରିହା ପ୍ରମୁଖ ସହଯୋଗ କରିଥିବା ବେଳେ ବିଭିନ୍ନ ସ୍ତରର କର୍ମକର୍ତ୍ତା ସଦସ୍ୟ ଚପରାଶି ରତ୍ନାକର ବରିହାଙ୍କ ସମେତ ସମାଜ ଶତାଧିକରୁ ଉଦ୍ଧ୍ୱର୍ ଲୋକ ଯୋଗଦାନ କରିଥିଲେ । ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା ସଭା ପରିଚାଳନା କରିଥିବା ବେଳେ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.