ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକରେ ଆଜି ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା ଗଁଦିଆ ବ୍ଲକ ପରିସରରେ ଓଡ଼ିଶା ବିକାଶ ମିଶନ ଗଁଦିଆ ବ୍ଲକ ତରଫରୁ ଅନୁଷ୍ଠିତ ହୋଇଥିଲା । ଉକ୍ତ ନିଯୁକ୍ତି ପରାମର୍ଶ ମେଳାରେ ଜିଲ୍ଲା ନିୟୋଜନ କାର୍ୟ୍ୟାଳୟ ଢେଙ୍କାନାଳ ତରଫରୁ ମୁଖ୍ୟ କିରାଣୀ ଲମ୍ବୋଦର ସାହୁ, ଯୁବ ପରାମର୍ଶଦାତା ସଂଗୀତା ଦାସ, କାଉନସିଲର ରୂତୁପର୍ଣ୍ଣା ଦାସ, ମିଶନ ଶକ୍ତି ଗଁଦିଆ ତରଫରୁ ବିପିସି ସସ୍ମୀତା ରାଉତ, ୧୨ଗୋଟି ବିଭିନ୍ନ ଅନୁଷ୍ଠାନର ପିଆଇଏ, ଗଁଦିଆ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ସାହୁ ଓ ନିରାକାର ନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୨୩୦ଜଣ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ନାମ ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନ ଗଁଦିଆର ବିପିଏମ ବିରକିଶୋର ପଣ୍ଡା, ବିଏଫସି ମଧୁସ୍ମିତା ବିଶ୍ଵାଳ ଓ ଅନ୍ତର୍ଯ୍ୟାମୀ ବାରିକଙ୍କ ଉପସ୍ଥିତିରେ ପରିଚାଳନା କରାଯାଇଥିଲା ।

Leave a Reply

Your email address will not be published.