ବଜରଙ୍ଗବାଲି ସ୍ବେଚ୍ଛାସେବୀ ସଂଗଠନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ନୂଆ ଗ୍ରାମରେ ଥିବା ବୁଢିଜାଗୁଳାଇ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବଜରଙ୍ଗବାଲି ସ୍ବେଚ୍ଛାସେବୀ ସଂଗଠନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ ବିଦ୍ୟାଳୟର ଶିକ୍ଷକ ବୃନ୍ଦାବନ ସିଂ ଯୋଗ ଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ ସଭାପତି ଶ୍ରୀ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସିମୁଳିଆ ଆଇଆଇସି ଜୟନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଅଡା ଦମକଳ କେନ୍ଦ୍ରର ଓଆଇସି ମାନସ କୁମାର ମହାନ୍ତି, ଅନ୍ତରା କ୍ଲଷ୍ଟର ସିଆରସିସି ଲମ୍ବୋଦର ଦାସ, ଅନ୍ତରା ସମିତି ସଭ୍ୟା ସବିତାରାଣୀ ପଣ୍ଡା, ନୂଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ଅନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ । ସନ୍ତୋଷ ଦାସ ସଂଗଠନର ବିବରଣୀ ପାଠ କରିଥିଲେ । ଆଇଆଇସି ଶ୍ରୀ ବେହେରା ଓ ଓଆଇସି ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟ କେତେ ଜଣଙ୍କୁ ସଙ୍ଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ବୟସ୍କ ବ୍ଯକ୍ତି ମାନେ ଯୋଗଦେଇ ରକ୍ତଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ରକ୍ତଦାନ ଏକ ମହତ କାର୍ଯ୍ୟ । ଏହାର ଉପକାରୀତା ଉପରେ ମଞ୍ଚାସୀନ ଅତିଥି ମାନେ ଖୁବ୍ ସୁନ୍ଦର ଭାବେ ଆଲୋଚନା କରିଥିଲେ । ସଂଗଠନର ପ୍ରଥମ ଥର ପାଇଁ ଆରମ୍ଭ କରିଥିବା ଏଭଳି କାର୍ଯ୍ୟକ୍ରମରେ ଏତେ ପରିମାଣରେ ରକ୍ତ ସଂଗ୍ରହ ହୋଇ ଥିବାରୁ ଅଞ୍ଚଳବାସୀ ସଂଗଠନକୁ ଧନ୍ୟବାଦ ଜଣାଇଛନ୍ତି । ଏଥିରେ ୧୦୦ ଜଣ ରକ୍ତଦାତା ଶିବିରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଓଡିଶା ରକ୍ତ ଭଣ୍ଡାର ଭଦ୍ରକର କର୍ମକର୍ତ୍ତା ମାନଙ୍କ ଦ୍ବାରା ୧୦୦ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଭଣ୍ଡାର ତରଫରୁ ୧୦୦ ଜଣ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ସଂଗଠନ ତରଫରୁ ମଧ୍ୟ ୧୦୦ ଜଣଙ୍କୁ ମଧ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସଂଗଠନର ସଭାପତି ପଦ୍ମଲୋଚନ ରାଉଳ, ଉପସଭାପତି ସମ୍ବୁନାଥ ନାୟକ, ସମ୍ପାଦକ ପଦ୍ମଲୋଚନ ବାରିକ, ସହସମ୍ପାଦକ ସନ୍ତୋଷ ଦାସ, ସକ୍ରିୟ ସଦସ୍ୟ ତାପସ କୁମାର ସେନାପତି, ଦାମୋଦର ବାରିକ, ସୁବାଷ ଦାସ, ସଞ୍ଜୟ ମହାରଣା, ମନୋରଞ୍ଜନ ବାରିକ, ନୃସିଂହ ସାହାଣୀ, କାହ୍ନୁ କବି, ଉମାକାନ୍ତ ତିଆଡି, ଶରତ ମହାନ୍ତି, ଅଜୟ ପଣ୍ଡା, ରତିକାନ୍ତ ବାରିକ, ପର୍ଶୁରାମ ବାରିକ, ଜଗନ୍ନାଥ ନାୟକ, ସୁବାଷ ଦାସଙ୍କ ସମେତ ସମସ୍ତ ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ରହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଚାଳନା ଦାୟିତ୍ୱ ବହନ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.