ରକ୍ତଦାନ ଶିବିର ଅନୁଷ୍ଠିତ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ବ୍ଳକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଛନ୍ତି । ରକ୍ତଦାନ ଶିବିରରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ତ୍ରିପାଠୀଙ୍କ ସମେତ ବିଜେଡିର ବହୁ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ । ଅଞ୍ଚଳର ବହୁ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ଏହି ଶିବିରରେ ଏକ ଶହରୁ ଉର୍ଦ୍ଧ୍ବ ଯୁବକ ରକ୍ତଦାନ ନିମନ୍ତେ ନାମ ପଞ୍ଜିକରଣ କରି ରାକ୍ତଦାନ କରିଥିଲେ । ଜୀବନବିନ୍ଦୁର ଏହି କାର୍ଯ୍ୟକ୍ରମ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସକୁ କେନ୍ଦୁପଲ୍ଲୀ ଅଂଚଳ ବାସୀ ସ୍ୱାଗତକରିବା ସହ ରକ୍ତଦାନ ମହତ ଦାନ ବୋଲି କହିଛନ୍ତି।

Leave a Reply

Your email address will not be published.