ରକ୍ତ ଦାନ ଶିବିର ଅନୁଷ୍ଠିତ

ବାଙ୍କୀ: ବାଙ୍କୀ ନିସ୍ତିପୁର ଜିମ ସେଣ୍ଟର ଠାରେ ଆଜି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉଦଘାଟନ କରିଛନ୍ତି । ଏହି ରକ୍ତ ଦାନ ଶିବିରରେ ଆଖ ପାଖ ଅଞ୍ଚଳର ବହୁ ଯୁବକ ସ୍ବେଚ୍ଛା କୃତ ଭାବେ ଆସି ରକ୍ତ ଦାନ କରିଥିଲେ । ଉକ୍ତ ଯୁବକଙ୍କୁ ରକ୍ତ ଦାନ ଶିବିର ପକ୍ଷରୁ ଏକ ସାର୍ଟିଫିକେଟ ମିଳିଥିଲା । ଏହାକୁପରିଚନା କରିଥିଲେ କୁସୁପଙ୍ଗି ପଂଚାୟତର ସରପଞ୍ଚ ପୁଷ୍ପାଞ୍ଜଳି ପରିଡା ।

Leave a Reply

Your email address will not be published.