ବିନା ଲାଇସେନ୍ସ ବାଣ ଦୋକାନ ଉପରେ ଚଢ଼ାଉ, ପୁଲିସ ଗାଡି ପୋଡ଼ିଲେ ଲୋକେ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ବିନା ଅନୁମତିରେ ବାଣ ଦୋକାନ ଉପରେ ଚଢ଼ାଉ ବେଳେ ପୁଲିସ ଗାଡି ପୋଡିଲେ ଅଜଣା ଲୋକେ । ତେବେ ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଦେଖିବାକୁ ମିଳିଛି । ବିନା ଅନୁମତିରେ ବାଣ ବେପାର କରୁଥିବାର ଖବର ପାଇ ସାଧା ପୋଷାକରେ ପୁଲିସ ଚଢ଼ାଉ କରୁଥିବା ସମୟରେ କିଛି ଲୋକ ପୁଲିସ ବାଇକରେ ନିଆଁ ଲଗାଇ ଦେଇଥିଲେ । ତେବେ ଘଟଣା ସ୍ଥଳରେ ତିକ୍ତତା ବୃଦ୍ଧି ପାଇବାରୁ ଘଟଣା ସ୍ଥଳରେ ନିହଲ ପ୍ରସାଦ, ଗଁଦିଆ ଓ ଭୁବନ ପୁଲିସ ପହଞ୍ଚି ଲୋକଙ୍କୁ ଆୟତ୍ତ କରିବା ସହ ବିନା ଅନୁମତିରେ ବାଣ ବେପାର କରୁଥିବା ଦୁଇ ବ୍ୟବସାୟିଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଉଭୟ ବ୍ୟବସାୟି ନିହାଲପ୍ରସାଦ ଥାନାରେ ଥିବାବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବାର ନିହାଲପ୍ରସାଦ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.