ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ବୋଇତବନ୍ଦାଣ ଉତ୍ସବ

ରାଉରକେଲା, (ନାଗରାଜ ନ୍ୟୁଜ): ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆଠାରେ ୩୧ତମ ପ୍ରତୀକାତ୍ମକ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଗତବର୍ଷ ଭଳି ଏଥର ମଧ୍ୟ ନିରାଡମ୍ବର ତଥା କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । ପରିଷଦର ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେକ୍ଟର ୩ ଥାନାର ଭାରପ୍ରାପ୍ତ ଅଧିକାରୀ ଦେବଜାନୀ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ନାରାୟଣ ପତି, ଚନ୍ଦ୍ରଶେଖର ଶତପଥୀ, ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲ, ପ୍ରବନ୍ଧକ ହୀରାଲାଲ ମହାପାତ୍ର ଓ ଶିଳ୍ପପତି ନିହାରିକା ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ବୋଇତକୁ ପୂଜାର୍ଚ୍ଚନା କରିବା ପରେ ଦିବଙ୍ଗତ ମୀନାକ୍ଷୀ ଧର ଓ ସୁଶାନ୍ତ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପଦେଷ୍ଟା ନୀଳମଣି ପୁହାଣ ଭାବ ଶ୍ରଦ୍ଧାଞ୍ଜଳି ସହ କାର୍ୟ୍ୟକ୍ରମକୁ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସାଧାରଣ ସଂପାଦକ ଜେନା ଅତିଥିଙ୍କ ପରିଚୟ ସହ ସ୍ୱାଗତ ଭାଷଣ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଳ୍ପନା ଶତପଥୀ, ଉପଦେଷ୍ଟା ଦେବେନ୍ଦ୍ର ନାଥ ସାମନ୍ତରାୟ, ରଶ୍ମିତ ସାହାଣୀ, ଶିକ୍ଷାବିତ ମମତା ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ଆଦିତ୍ୟ ବାରିକ ,ବିରେନ୍ଦ୍ର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସାହୁ, ରମଣୀ ରଂଜନ ପଣ୍ଡା, ଶାନ୍ତିଲତା ବାରିକ, ସଂଜୟ ପ୍ରଧାନ, ରଂଜନ ବାରିକ, ପ୍ରଶାନ୍ତ ବିହାରୀ, ଗଣେଶ ରାଉତ ଓ ଡି ନାରାୟଣ ରାଓଙ୍କ ସମେତ ବହୁ ସଦସ୍ୟ କାର୍ୟ୍ୟକ୍ରମରେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.