ମହୁଲଗଡିଆରେ ଉଜ୍ୱଳ ଆଲୋକ ବ୍ୟବସ୍ଥା

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଘିରା ପଦା ପଞ୍ଚାୟତ ମହୁଲ ଗଡିଆ ଗ୍ରାମରେ କଂଗ୍ରେସ ସାଂସଦ ପ୍ରାର୍ଥୀ ନବ ଜ୍ୟୋତି ପଟ୍ଟନାୟକଙ୍କ ସହାୟତା ରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । ମହୁଲ ଗଡିଆ ଗ୍ରାମର ମୁକ୍ତେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଉଜ୍ଜ୍ୱଳ ଆଲୋକ ଉଦଘାଟନ କରାଯାଇଥିଲା । ଔପଦା ଅଞ୍ଚଳର ବିକାଶ ପାଇଁ ଆଗାମୀ ଦିନରେ ତଳକିଆ, ଗଡସାହି, ବଡ଼ ପୋଖରୀ, ରାଏରାମଚନ୍ଦ୍ରପୁର ଓ ଫତେପୁର ପଞ୍ଚାୟତରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବ ବୋଲି କଂଗ୍ରେସ ର ଜିଲା ସାଧାରଣ ସଂପାଦକ ସୁଧାଂଶୁ ଶେଖର ଜେନା କହିଛନ୍ତି । ଉଜ୍ବଳ ଆଲୋକ ଉଦଘାଟନ ସମୟରେ ସରପଞ୍ଚ ରାଧା ଗୋବିଦ ଧଡା,ଯୁବ ନେତା ସରୋଜ କୁମାର ଜେନା, ସଞ୍ଚୟ ବିଶ୍ବାଳ ,ଅନାଦି ପାକଳ, ରତ୍ନାକର ବେହେରା, ଗୟାଧର ମହାରଣା, ବିଜୟ କୁମାର ରାଉଳ, ପ୍ରଫୁଲ୍ଲ ନାୟକ, ମୁନା ରାଉଳ, ଜଳଧର ମହାନ୍ତି ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.