ଏସସିବିରୁ ଦଲାଲ ଗିରଫ

କଟକ, (ନାଗରାଜ ନ୍ୟୁଜ): କମିଶନରେଟ ପୋଲିସର ଦଲାଲ ମୁକ୍ତ ଅଭିଯାନ । କଟକ ଏସସିବି ମେଡିକାଲ କଲେଜର କାଜୁଆଲଟିରୁ ଜଣେ ଦଲାଲ ଘରୋଇ ନର୍ସିଂହୋମକୁ ରୋଗୀ ଚାଲାଣ କରିଥିବାବେଳେ ଗିରଫ କରିଛି ମଙ୍ଗଳବାଗ ଥାନା ପୋଲିସ । ଗିରଫ ଦଲାଲର ନାମ ମହମ୍ମଦ ଅକିଲ । ଏହି ଦଲାଲ ଜଣକ ଘରୋଇ ଚିକିତ୍ସାଳୟକୁ ରୋଗୀ ଚାଲାଣ କରୁଥିବାର ଅଭିଯୋଗ । ଆଗାମୀ ଦିନରେ ଏସସିବି କର୍ମଚାରୀ ଓ ଘରୋଇ ଚିକିତ୍ସାଳୟ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ ବୋଲି ସୂଚନା ଦେଇଛନ୍ତି ଏସିପି ଅମିତାଭ ମହାପାତ୍ର ।

Leave a Reply

Your email address will not be published.