ବ୍ରାଉନସୁଗାର ବିକାଳି ଗିରଫ, ପୋଲିସ ଗାଡି ଭଙ୍ଗାରୁଜା

ବାଲେଶ୍ୱର, (ନାଗରାଜ ନ୍ୟୁଜ ): କଟକ ଅବକାରୀ ଗୋଇନ୍ଦା ବିଭାଗର ସ୍ପେଶାଲ ସ୍କ୍ୱାର୍ଡ, ବସ୍ତା ଥାନା ପୋଲିସ, ଜଳେଶ୍ୱର ପୋଲିସ ଓ ବସ୍ତା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । କୌଣସି ସୂତ୍ରରୁ ଖବର ପାଇ ଏକ ୩୫ ଜଣିଆ ସ୍ୱତନ୍ତ୍ର ଟିମ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଚଢାଉ କରି ପ୍ରାୟ ୨ କେଜି ବ୍ରାଉନସୁଗାର ଜବତ କରିବା ସହିତ ଜଣେ ମହିଳାଙ୍କ ସମେତ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ। ଚଢାଉ ସମୟରେ ପୋଲିସ ଟିମ ଉପରେ ବ୍ରାଉନସୁଗାର ମାଫିଆ ମାନେ ଅତର୍କିତ ଭାବରେ ଆକ୍ରମଣ କରି ପୋଲିସ ଗାଡିକୁ ଭଙ୍ଗାରୁଜା କରିବା ସହିତ ଜଣେ ବ୍ରାଉନସୁଗାର ବେପାରୀକୁ ଖସାଇ ନେବାରେ ସକ୍ଷମ ହୋଇଥିଲେ । ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।

ଗତ ୧୯ ତାରିଖରେ ମଧ୍ୟ ଜଳେଶ୍ୱର ପୋଲିସର ସ୍ୱତନ୍ତ୍ର ଟିମ ଝାଡେଶ୍ୱରପୁର ବସ୍ତିରେ ଚଢାଉ କରି ୨ କେଜି ୭୨୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କ ସମେତ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତେବେ ଏହି ନିଶା କାରବାରକୁ ରୋକିବା ପାଇଁ ଏଭଳି ଚଢାଉ ଜାରି ରହିବ ବୋଲି ରାଜ୍ୟ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.