ଏଲଆଇସି ଅଫିସରେ ଫୁଟିଲା ଗୁଳି

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ରଥଗଡା ଠାରେ ଥିବା ଜୀବନ ବୀମା ନିଗମ କାର୍ଯ୍ୟାଳୟ ଠାରେ ମଧ୍ୟାହ୍ନ ସମୟରେ ଏକ ଗୁଳି ଫୁଟିଥିବା ଜଣା ପଡ଼ିଛି । ସିମଏମଏସ କର୍ମଚାରୀମାନେ ଟଙ୍କା ଗଣୁ ଥିଲେ । ଏହି ସମୟରେ ପାଖରେ ଉପସ୍ଥିତ ଥିବା ସିଏମଏସର ବନ୍ଧୁକ ଧାରି ସୁରକ୍ଷା କର୍ମୀ କୁମୁଦ କୁମାର ସାହୁ(୫୪) ଙ୍କ ସର୍ଭିସ ବନ୍ଧୁକରୁ ହଠାତ ଏକ ଗୁଳି ଫୁଟିଥିଲା । କେହିକିଛି ବୁଝିବା ପୂର୍ବରୁ ଉପସ୍ଥିତ ଥିବା କର୍ମଚାରି ଏବଂ ଗ୍ରାହକ ଭୟଭୀତ ହୋଇ ପଡ଼ିଥିଲେ ।

ହେଲେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ବନ୍ଧୁକ ଧରି ଛିଡା ହୋଇଥିବା ବେଳେ ଅସାବଧାନତା ହେତୁ ବନ୍ଧୁକ ଟ୍ରିଗରରେ ଗୋଡ଼ ବାଜି ଏହି ପରି ଅଘଟଣ ଘଟିଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଢ଼େଙ୍କାନାଳ ଟାଉନ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖଛି ।

Leave a Reply

Your email address will not be published.