ସେନାମୁଖ୍ୟ ବିପିନ ରାୱତଙ୍କ ସ୍ମୃତିରେ ବିଜେଡି ପକ୍ଷରୁ କାଣ୍ଡେଲ ଶୋଭାଯାତ୍ରା

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ହେଲିକପ୍ଟର ଦୁର୍ଘଟଣାରେ ସେନା ମୁଖ୍ୟ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଏକ କାଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରା ରାଜଗାଙ୍ଗପୁର ବସଷ୍ଟାଣ୍ଡ ଠାରୁ ବାହାରି ରାଷ୍ଟ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ଥିବା ଶହୀଦ ପ୍ରଦୀପ ପଣ୍ଡାଙ୍କ ପ୍ରତିମୂର୍ତ୍ତୀଠାରେ କାଣ୍ଡେଲ ଜଳାଯାଇଥିଲା । ଏହି ଶୋଭାଯାତ୍ରାରେ ରାଜଗାଙ୍ଗପୁର ପୈାରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଦାସ, ପୂର୍ବତନ ସରପଞ୍ଚବିକ୍ରମ ଟପ୍ପୋ, ଆଇନଜୀବୀ ରାଜେନ୍ଦ୍ର ଲେଙ୍କା, ସମାଜସେବୀ ରାଜୁମହାନ୍ତୀ, ଶଙ୍କରତନ୍ତୀ ତଥା ବିଜୁଜନତା ଦଳର ବହୁ ସଦସ୍ୟ ଶୋଭାଯାତ୍ରାରେ ଯୋଗଦେଇଥିଲେ ।

Leave a Reply

Your email address will not be published.