ଗୋରୁ ମଡକ, ଚିନ୍ତାରେ ଗୋପାଳକ

ବାଙ୍କୀ, (ନାଗରାଜ ନ୍ୟୁଜ): ଗୋରୁ ମଡକ । ଚିନ୍ତାରେ ଗୋପାଳକ । ଗତ କିଛି ଦିନରେ ଅନେକ ଗୋରୁ ଆକ୍ରାନ୍ତ ହୋଇ ୭ରୁ ଉଦ୍ଧ୍ୱର୍ ଗୋରୁଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଏନଏସି ଅନ୍ତର୍ଗତ ସାହାଡ଼ାପଦା ଗ୍ରାମରେ । ଏଠାକାର ଅଧିବାସୀ ପ୍ରାୟତଃ ଗୋ ପାଳନ ଉପରେ ନିର୍ଭର କରି ଚଳି ଆସନ୍ତି । ହେଲେ ଗୋରୁଙ୍କ ଠାରେ କୈାଣସି ଅଜଣା ରୋଗ ଗୋପାଳକଙ୍କର ଚିନ୍ତା ବଢ଼ାଇଦେଇଛି । ପଶୁ ଚିକିତ୍ସକଙ୍କୁ ପଚାରିଲେ କହୁଛନ୍ତି ଫାଟୁଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଉଛି । ହେଲେ ଫାଟୁଆ ରୋଗ ନିରାକରଣ ପାଇଁ ପଶୁ ଡାକ୍ତର ଖାନାରେ ଔଷଧ ନାହିଁ । ତୁରନ୍ତ ଗୋରୁ ଗାଇଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ପ୍ରତିଶୋଧକ ବ୍ୟବସ୍ଥା କରାନଗଲେ ଅଧିକାଂଶ ଗୋରୁ ମୃତ୍ୟୁ ବରଣ କରିବେ ଏଥିରେ ସନ୍ଦେହ ନାହିଁ । ଏବେଠାରୁ ଚିକିତ୍ସା ଯୋଗାଇଦେବା ଜରୁରୀ ହୋଇପଡିଛି ।

ଅନ୍ୟପଟେ ଏନେଇ ବାଙ୍କୀ ଭେଟେନାରି ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଗୋରୁଗାଈ ଫାଟୁଆ ରୋଗ ହେବା ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । । ହେଲେ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଔଷଧ ନାହିଁ । ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଔଷଧ ଆସିଲେ ଦିଆଯିବ । କେବେ ଆସିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ଏଥିପାଇଁ ପଶୁ ଚିକିତ୍ସକଙ୍କୁ ଦାୟି କରିଛନ୍ତି ଗୋପାଳକ । ଅଗାମୀ ଦିନରେ ଗୋରୁ ମୃତ୍ୟୁକୁ ରୋକା ନ ଗଲେ ଗୋରୁଗାଈ ଲୋପ ପାଇ ବସିବେ । ତୁରନ୍ତ ଗୋରୁଙ୍କୁ ଚିକିତ୍ସା ଯୋଗାଇଦେବା ସହ ଆବଶ୍ୟକୀୟ ଔଷଧ ଯୋଗାଇ ଦେବାକୁ ଦାବି କରାଯାଇଛି ।

Leave a Reply

Your email address will not be published.