ସହିଦ ବୀର ବାଜିରାଉତଙ୍କ ୮୪ତମ ଶ୍ରାଦ୍ଧ ଉତ୍ସବ ପାଳନ

ଭୁବନ, (ନାଗରାଜ ନ୍ୟୁଜ): ଭାରତର ସର୍ବ କନିଷ୍ଟ ସହିଦ ବୀର ବଜିରାଉତ ଢେଙ୍କାନାଳ ଜିଲ୍ଲା ଭୁବନର ନୀଳକଣ୍ଠପୁର ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୨ ବର୍ଷ ବୟସରେ ଗଡ଼ଜାତ ସମୟରେ ଗୋରା ସିପାହୀ ମାନଙ୍କୁ ବ୍ରାହ୍ମଣୀ ନଦୀ ପାର କରାଇ ନ ଦେବାକୁ ଯାଇ ଗୋରା ସିପାହିଙ୍କ ଗୁଳିରେ ସହିଦ ହୋଇଥିଲେ ।

ଆଜି ତାଙ୍କର ୮୪ ତମ ଶ୍ରାଦ୍ଧ ଉତ୍ସବ ପାଳନ କରୁଛି ସାରା ଢେଙ୍କାନାଳ ଜିଲ୍ଲା । ଏଣୁ ଆଜି ତାଙ୍କ ସହିଦ ଦିନରେ ତାଙ୍କ ସହିଦ ସ୍ଥାନ ଭୁବନର ନୀଳକଣ୍ଠ ପୁର ଗ୍ରାମରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ବାଜିରାଉତ ସ୍ମୃତି ପରିଷଦ ତରଫରୁ ୮୪ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଅଛି । ପ୍ରଥମେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଆୟୋଜକ ମାନେ ବ୍ରାହ୍ମଣୀ ନଦୀ କୂଳରେ ଜଳ ତର୍ପଣ କରି ସହିଦ ସ୍ତମ୍ଭ ରେ ଫୁଲ ମାଲ୍ୟାର୍ପଣ କରିଥିଲେ । ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାପାଳଙ୍କ ସହ ଭୁବନ ତହସିଲଦାର ପ୍ରଭାସ କୁମାର ବେଉରା, ବ୍ଲକ ବିଡିଓ ଆଶ୍ରିବାଦ ପରିଡ଼ା ଓ ବାଜିରାଉତ ସ୍ମୃତି ପରିଷଦର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.