କଟକ ମଧୁପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ

କଟକ ମଧୁପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ । ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା । ଦୁଇ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରିଛି ମାଆ । ତେବେ ହତ୍ୟା ପରେ ମାଆ ମଧ୍ୟ ଆତ୍ମହତ୍ୟା କରିଛି । ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି ।ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଜଣାପଡୁଛି ପାରିବାରିକ ଅଶାନ୍ତି ହୋଇଥାଏପାରେ । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published.