ପ୍ରେମିକ ଅନ୍ଧ ଜାଣି ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରେମିକା ଚାନ୍ଦିନୀ

ବଲାଙ୍ଗୀର, (ନାଗରାଜ ନ୍ୟୁଜ ): ଅଗ୍ନିଙ୍କୁ ସାକ୍ଷୀ ରଖି ସାରା ଜୀବନ ସାଥି ହେବା ପାଇଁ ବରଣ ମାଳା ପିନ୍ଧାଉଛନ୍ତି ଦୁହେଁ ଦୁହେଁ ଦୁହିଁଙ୍କ ଗଳାରେ । ଗ୍ରାମବାସୀଙ୍କ ପାଖରୁ ଆଶୀର୍ବାଦ ବି ନେଉଛନ୍ତିା ତାଙ୍କରି ସୁଖର ସଂସାର ଖୁସିରେ ରହିବା ପାଇଁ । ଏହା କୌଣସି ମନୋରଞ୍ଜନ ଦୁନିଆର ରିଆଲିଟି ସୋ କିମ୍ବା ଫିଲ୍ମ ସୁଟିଙ୍ଗ ହେଉନି । ଏହା ସତ ସତିକା ବାହାଘର ଅଟେ । ଏବଂ ଏହା ଏମିତି ବାହାଘରଯେ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ଓ ଚକିତ ଲାଗିବ । କହିବେ ବାଃ ବାଃ ରେ ଚାନ୍ଦିନୀ । ଯିଏକି ଜଣେ ବିକଳାଙ୍ଗ ଅନ୍ଧ ଯୁବକ ଜାଣିବା ପରେ ବି ବିବାହ କରିଛନ୍ତି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ ମୁଣ୍ଡମହୁଲ ଗାଁର ଦିଲୀପ ତାଣ୍ଡି । ଜନ୍ମରୁ ଆଖି ଦୁଇଟି ଭଲ ଭାବରେ ଦେଖା ଯାଉନାହିଁ । ନିଜର ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ସାହାରା ନେଉଛନ୍ତି । କିନ୍ତୁ ଏବେ ସେ ଆଉ କାହାର ସାହାଯ୍ୟ ଲୋଡ଼ିବେ ନାହିଁ । ତାଙ୍କରି ଦେଖା ଶୁଣା କରିବା ପାଇଁ ତାଙ୍କୁ ମିଳି ଯାଇଛି ଏକ ସୁନ୍ଦରୀ ଓ ଗୁଣବତୀ ପତ୍ନୀଟିଏ ଚାନ୍ଦିନୀ । ଏବଂ ଏହାକୁ ନେଇ ପରିବାରର ସମସ୍ତେ ଖୁବ ଖୁସିରେ ଅଛନ୍ତି ।

ଚାନ୍ଦିନୀ ଆଉ ଦିଲୀପ ର ପ୍ରେମ ସମ୍ପର୍କ ଗୋଟିଏ ମିସ୍ କଲରୁ ହିଁ ଆରମ୍ଭ ହୋଇଥିଲା । ତା ଆଗରୁ ଦୁହେଁ ଦୁହିଁଙ୍କ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଥିଲେ । ଦିନେ ଦିଲୀପ ମୋବାଇଲ ରେ ମୋବାଇଲ ନମ୍ବର ଡାଏଲ କରୁ କରୁ ଏକ ଅଜଣା ନମ୍ବରକୁ ମିସ୍ କଲ ହୋଇ ଯାଇଥିଲା । ହେଲେ ସେହି ଡାଏଲ କରିବାର କିଛି ଘଣ୍ଟା ପରେ ସେପଟୁ ଏକ କଲ ଆସିଲା । ଦୁହେଁ ଦୁହିଁଙ୍କ ସହ ଫୋନରେ କଥାବାର୍ତ୍ତା ହେଲେ । ଧୀରେ ଧୀରେ ଏମିତି ପ୍ରେମ ସମ୍ପର୍କ ବଢ଼ି ବଢ଼ି ଚାଲିଲା । ଚାନ୍ଦିନୀ ଜାଣିନଥିଲେ ଯେ ସେ ଯାହା ସହ କଥାବାର୍ତ୍ତା ହେଉଛନ୍ତି ସେ ଜଣେ ଅନ୍ଧ । ଆଖିକୁ କିଛି ଦେଖା ଯାଏ ନାହଁ । କିନ୍ତୁ ସ୍ନେହ ମମତାର ସମ୍ପର୍କ ଭିତରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ ଏବଂ ଦିନେ ଚାନ୍ଦିନୀ ଦିଲୀପକୁ ଦେଖା କରିବା ପାଇଁ ନିଜ ଗାଁକୁ ଡାକିଥିଲେ । ଦିଲୀପ ନିଜେ ସାଙ୍ଗ ସହିତ ଚାନ୍ଦିନୀର କଥାକୁ ରକ୍ଷା କରି ତାଙ୍କ ଗାଁକୁ ବି ଯାଇଥିଲେ । ଏହାପରେ ସମ୍ପର୍କ ଆହୁରି ନିବିଡ଼ ହୋଇ ଉଠିଲା । ଏବଂ ସେମାନେ ଜନ୍ମ ଜନ୍ମର ସାଥି ହେବାକୁ ନିଷ୍ପତି ନେଇଥିଲେ । ପରେ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ଉଭୟ ପରିବାର ରାଜି ହେବାରୁ ପାଟଣାଗଡ଼ କୋର୍ଟକୁ ଯାଇ ଦୁହେଁ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି । ଏହାକୁ ନେଇ ଦିଲୀପ ଚନ୍ଦିନୀ ଖୁସି ଥିବା ବେଳେ ସମାଜ ପାଇଁ ଚାନ୍ଦିନୀ ଏକ ଉଦାହରଣ ବୋଲି ଗ୍ରାମବାସୀ କହିଛନ୍ତି ।

Leave a Reply

Your email address will not be published.