ବିଭିନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ପୁରୀ,(ନାଗରାଜ ନ୍ୟୁଜ): ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ପଟ୍ଟନାୟକିଆ ଛକ ସ୍ଥିତ କାଫେଟେରିଆ ଓ ଯାତ୍ରୀ ସୁବିଧା କେନ୍ଦ୍ର, ସୁଆଣ୍ଡୋ ସ୍ଥିତ ନିର୍ମାଣ ଧିନ ଶିବ ମନ୍ଦିର, ନିର୍ମାଣ ଧିନ ବହୁବିଧ ପାର୍କ, ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ,ସତ୍ୟବାଦୀ ସ୍ଥିତ ନିର୍ମାଣ ଧିନ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ସାକ୍ଷୀ ଗୋପାଳ ମନ୍ଦିର ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତି ର ସମୀକ୍ଷା କରିଥିଲେ। ତାଙ୍କ ସହ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ତହସିଲଦାର ଶ୍ରୀ ଜୟନ୍ତ ଜୟସିଂହ, ବିଡ଼ିଓ ଶ୍ରୀ ଲୋଚନ ଦାସ, ଓବିସିସି ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published.