ତୁନମୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ ଅନ୍ତର୍ଗତ ତୁନମୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁନିକୁନି ପିଲାମାନେ ବିଭିନ୍ନ ଭାଷରଗୀତର ତାଳେତାଳେ ନାଚୁଥିବା ଦୃଶ୍ୟ ସମସ୍ତ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ତୁନମୁରା ପଞ୍ଚାୟତ ର ସରପଞ୍ଚ ତରଣୀସେନ ବରିହା, ସାମ୍ବାଦିକ ଦଶରଥ ପୋଡ଼, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ସରା, ଇଂରାଜୀଶିକ୍ଷକ ବସନ୍ତ କିଣ୍ଡୋ ,ସନିକାଖାଲଖୋ, ଶିକ୍ଷୟିତ୍ରୀ ଇଭାଜନିତା ଟେଟେ,ଅନିମାଲାକ୍ରା,ଉଷାକାନ୍ତି ଏକ୍କା, ସ୍ନିଗ୍ଧାଗ୍ରେସି ଖେସ, ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉସ୍ଛାହିତ କରିବା ସହିତ ବିଭିନ୍ନ ପ୍ରକାର ପାଠ୍ୟଉପକରଣ ପ୍ରଦାନ କରିଥିଲେ।ପରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ବାଦୁ ଖାଦ୍ୟ ଖୁଆଇ ଘରକୁ ପଠାଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଙ୍କ ପ୍ରତି ଏପରି ଉସ୍ଛାହିତ କାର୍ଯ୍ୟକ୍ରମ କୁ ଅଭିଭାବକ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.