ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖି ସ୍ବାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଉଦେଶ୍ୟ ରେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ

୧- ବିଭିନ୍ନ ବିଭାଗ ଅଧିନରେ ଥିବା ସମସ୍ତ କର୍ମଚାରୀ ପରି ଆମ ବହୁମୁଖି ସ୍ବାସ୍ଥ୍ୟକର୍ମୀ କ୍ୟାଡ଼ର ପୁନର୍ଗଠନ କରି ବହୁମୁଖି ସ୍ବାସ୍ଥ୍ୟକର୍ମୀ ମାନଙ୍କ ଚାକିରୀ କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି ଦିଆଯାଉ।
୨ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତା ୦୩-୧୧-୨୦୨୦ ରିଖ ରେ ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ ପରେ ୪୨୦୦/୪୬୦୦/୪୮୦୦ ଆର.ଏ.ସି.ପି.ଆକାରରେ ପ୍ରଦାନ କରାଯାଉ।
୩- ୨୦୧୩ ମସିହାରେ ଜି.ଏ.ଓ ପି ଜି ବିଭାଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର କରି ତାର ବିକଳ୍ପ ରେ ଠିକା ଚାକିରୀ କରିଥିବା କର୍ମଚାରୀଙ୍କ ପାଇଁ ଠିକା ବ୍ୟବସ୍ଥା ଉଚ୍ଛେଦ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି,ସେଇ ନିର୍ଦ୍ଦେଶ ଆମ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖି ସ୍ବାସ୍ଥ୍ୟକର୍ମୀ (୨୦୦୪ ରୁ ୨୦୧୩ ମଧ୍ୟରେ ଓ ଆର ଭି ଆକ୍ଟରେ ଠିକା କର୍ମଚାରୀ କରିଥିବା ବହୁମୁଖି ସ୍ବାସ୍ଥ୍ୟକର୍ମୀ ମାନଙ୍କ ପାଇଁ) ଉଦ୍ଦିଷ୍ଟ କରାଯାଉ, ଯଦ୍ୱାରା ପୂର୍ବରୁ କରି ଆସିଥିବା ଠିକା ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀ ରେ ଗଣନା କରି ୬ ଟି ନୋଷ୍ପାଲ ଇନକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯାଉ।
୪- ବହୁମୁଖି ସ୍ବାସ୍ଥ୍ୟକର୍ମୀ (ପୁରୁଷ ଓ ମହିଳା)ଓ ବହୁମୁଖି ଓ ସ୍ୱାସ୍ଥ୍ୟ ପରିଦର୍ଶକ (ପୁରୁଷ ଓ ମହିଳା)ପଦବୀର ନାମ ପରିବର୍ତ୍ତନ କରାଯାଉ।
୫- ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ କରାଯାଉ।ପରି ଦାବି ରହିଛି। ଏହାବ୍ୟତୀତ ଆସନ୍ତା ୦୭-୧୨-୨୨ ରିଖ ଠାରୁ କଳା ବ୍ୟାଜ ପିନ୍ଧି ନିରବ ପ୍ରତିବାଦ ସହ ୧୪-୧୨-୨୦୨୨ ରିଖ ଠାରୁ ଅସହଯୋଗ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ପରେ କିଛି ନହେଲେ ଆସନ୍ତା ୨୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି କର୍ମଚାରୀ ମାନେ ମତବ୍ୟକ୍ତ କରିଛନ୍ତି।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.