ପାଚିକା ଓ ସହାୟିକାଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶାଖା ପାଚିକା ଓ ସହାୟିକା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଡିଓଙ୍କୁ ଦିଆଯାଇଥିବା ଦାବି ପତ୍ରରେ ସରକାରଙ୍କ ସ୍କିମପ୍ରଥା ଉଚ୍ଛେଦ, ସର୍ବନିମ୍ନ ମଜୁରି, ବର୍ଷକୁ ୨ହଳ ଶାଢ଼ୀ ଓ ମୋବାଇଲ ପ୍ରଦାନ ସମେତ ବିଭିନ୍ନ ବିଷୟ ଦାବିପତ୍ରରେ ଉଲ୍ଲେଖ ଥିଲା । ପାଚିକା ଓ ସହାୟିକାମାନେ ଖଇରା କଲେଜ ଛକରୁ ଶୋଭାଯାତ୍ରାରେ ଆସି ବ୍ଳକ ଗେଟ ଆଗରେ ବସି ରହି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ପରେ ଭାରତୀୟ ମଜଦୁର ଜିଲ୍ଲା ସଂଗଠନ ସଂଘର ସମ୍ପାଦିକା କୁମମଣୀ ଦେଇଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published.