ଜାଗାବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ, ୪ ଆହତ

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଶଗଡ଼ିଆ ସାହିରେ ଜାଗାବାଡିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା ହୋଇଛି । ଉଭୟ ପରିବାରର ଚାରି ଜଣ ଆହତ ହୋଇ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ବାଙ୍କୀ ଥାନାରେ ଏତଲା ଦିଆଯାଇଛି । ଘଟଣାରୁ ପ୍ରକାଶଯେ, ଗୋପାଳପୁର ଶଗଡ଼ିଆ ସାହିର ବିଶ୍ୱନାଥ ମହାରଣା ଓ ପ୍ରଭାତ ମହାରଣାଙ୍କ ମଧ୍ୟରେ ଜାଗାବାଡିକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ତେବେ ୪ଜଣ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ଭଲଥିବା ଜଣାଯାଇଛି ।

Leave a Reply

Your email address will not be published.