ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଟପର, ପଞ୍ଚାୟତ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ବାଙ୍କୀ: ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଟପର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରି ଏବେ ସାରା ବାଙ୍କୀରେ ରହିଛନ୍ତି ଚର୍ଚ୍ଚାରେ ସିମିଳିପୁର ପଞ୍ଚାୟତ ମକୁନ୍ଦପୁର ଗ୍ରାମର ଦୀପକ ରାଉତଙ୍କ ଝିଅ ସୋନାଲି ରାଉତ । ସେପଟେ ବାଙ୍କୀ କଲେଜରେ ପ୍ରଥମ ସ୍ଥାନ ବିଜ୍ଞାନ ବିଭାଗରେ ଅଧିକାର କରି ସାରିଥିବା ବେଳେ ସୋନାଲୀଙ୍କ ପାଇଁ ନିଜ ପଞ୍ଚାୟତ ଜନସାଧାରଣଙ୍କ ସମେତ ସାରା ବାଙ୍କୀ ଅଞ୍ଚଳର ବିଭିନ୍ନ ମହଲରୁ ଏବେ ତାଙ୍କ ପାଇଁ ଛୁଟିଛି ଶୁଭେଚ୍ଛାର ବାର୍ତ୍ତା ।

ଅପର ପଟେ ସୋନାଲିଙ୍କ ଯୁକ୍ତ ୨ ବିଜ୍ଞାନରେ ଭଲ ନମ୍ବର ରଖି ଟପର ଘଟଣା ଶୁଣିବା ପରେ ପରିବାରର ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଘରେ ପରିବାରଙ୍କ ଗ୍ରହଣରେ ରହି ସୋନାଲି ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି । ନିଜର ସଫଳତା ପଛରେ ତାଙ୍କ ଜେଜେ ବାପା ଆଉ ଶିକ୍ଷା ଗରୁଙ୍କ ହାତ ବୋଲି କହିଛନ୍ତି । ଆଗାମୀ ଦିନରେ ଭଲ ପାଠ ପଢି ଭଲ ମଣିଷ ହେବା ସହିତ ପରିବାର ଓ ବାଙ୍କୀ ଅଞ୍ଚଳ ତଥା ରାଜ୍ୟର ନାମ ଆଗକୁ ନେବାପାଇଁ ଆଶା ରଖିଛନ୍ତି ସୋନାଲି ।

Leave a Reply

Your email address will not be published.