କଟକ ମହାନଗର ନିଗମକୁ କବାଟ ଦାନ କଲା କଂଗ୍ରେସ

କଟକ,(ନାଗରାଜ ନ୍ୟୁଜ): କଟକ ମହାନଗର ନିଗମ କୁ କବାଟ ଦାନ କଲା କଂଗ୍ରେସ। ଚୌଧୁରୀ ବଜାର ରେ ଥିବା ବିଜୁ ଭବନ ତଥା ସିଏମସି କାର୍ଯ୍ୟାଳୟ ଶୌଚାଳୟ ର କବାଟ ନ ଥିବା ଜାଣିବା ପରେ କଂଗ୍ରେସ ଜିଲ୍ଲା ସଭାପତି ମାନସ ଚୌଧୁରୀ ନିଜ କର୍ମୀଙ୍କ ସହ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଉପସ୍ଥିତ ଥିବା କମିସନର ନିଖିଲ ପୱନ କଲ୍ୟାଣଙ୍କୁ ଭେଟି ଶୌଚାଳୟ ର କବାଟ ଦେବା ସହ ଏହାକୁ ଲଗାଇବା ପାଇଁ ଅର୍ଥ ପ୍ରଦାନ କରିଥିଲେ। ଗତକାଲି ସିଏମସି ର କାଉନସିଲ ବୈଠକ ଥିଲା ବେଳେ ସିଏମସି କାର୍ଯ୍ୟାଳୟରେ ଶୌଚାଳୟ ର କବାଟ ଲଗାଇ ପାରୁ ନାହିଁ ବୋଲି ମେୟର କହିଥିଲେ। ସେଥିପାଇଁ ସେ କବାଟ ଦାନ କରିଛନ୍ତି ବୋଲି କହିଛନ୍ତି ଜିଲ୍ଲା ସଭାପତି। ସହରବାସୀ ହିସାବରେ ନିଜର କିଛି ଦାୟିତ୍ୱ ଥିବାରୁ ସେ ସିଏମସି କୁ ଆସି କବାଟ ଦେଇଛନ୍ତି। ବର୍ତ୍ତମାନ ସହରର ରାସ୍ତାଘାଟ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଦୁର୍ଗାପୂଜା ମୁଣ୍ଡ ଉପରେ ରହିଛି। ତେଣୁ ବାହାସ୍ଫୋଟ ମାରିବା ବନ୍ଦ୍ କରନ୍ତୁ ବୋଲି ସେ କହିଛନ୍ତି। ବର୍ତ୍ତମାନ ଟ୍ରେଲର୍ ଦେଖାହେଲା। ଯଦି ବିପର୍ଯ୍ୟସ୍ତ ରାସ୍ତାର ସମସ୍ୟା ନ ସୁଧୁରେ ତେବେ ଆଗକୁ ଫିଲ୍ମ ଦେଖାଇବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଜିଲ୍ଲା ସଭାପତି ମାନସ ଚୌଧୁରୀ। ତେବେ କଂଗ୍ରେସ ସିଏମସି କୁ କବାଟ ଦେବା ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବାଇଟ୍-ମାନସ ଚୌଧୁରୀ।

Leave a Reply

Your email address will not be published.