କଂଗ୍ରେସ ସତ୍ୟାଗୃହ ପୁରୀ

ପୁରୀ,(ନାଗରାଜ ନ୍ୟୁଜ): କେନ୍ଦ୍ରରେ ଥିବା ବିଜେପି ସରକାର ଯେଉଁଭଳି ଭାବରେ ସାଧାରଣ ଜନତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅତ୍ୟାଚାର କରିଚାଲିଛନ୍ତି . ଯଥା (ଦରଦାମ ବୃଦ୍ଧି,ବେରୋଜଗାରି, ଜିଏଷ୍ଟି,) ଏଇଭଳି ଜିନିଷ ରୁ ନଜର ହଟାଇବା ପାଇଁ ରାହୁଲ ଗାନ୍ଧୀ ଓ ବର୍ତ୍ତମାନ ଯୋଉଭଳି ସୋନିଆ ଗାନ୍ଧୀ ଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ED ବାର ବାର ଡକାଇ ମାନସିକ ହାରାସ କରିବାପାଇଁ ଚେଷ୍ଟା ଚଳାଇଛି . ତାର ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ କମିଟି ର ଆହ୍ବାନ ରେ ପ୍ରତ୍ୟେକ ଜିଲ୍ଲା ରେ ସତ୍ୟାଗ୍ରହ କରାଯାଉଛି . ଆଜୀ ପୁରୀ ଜିଲ୍ଲା ରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଚାଲିଥିଲା . ଏହୀ କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଦାସ, ପର୍ଯ୍ୟବେକ୍ଷକ ଜାନକୀ ପଟ୍ଟନାୟକ, ମହିଳା ସଭାପତି ନିରୂପମା ପାତ୍ର,ନିଶିକାନ୍ତ ମିଶ୍ର, କାଳୀ ପ୍ରସାଦ ନାୟକ,ସଦର ବ୍ଲକ ସଭାପତି ଅବିନାଶ ମିଶ୍ର, ପୁଷ୍କର ମହାପାତ୍ର, ଯଇ ପଟ୍ଟନାୟକ, ସୁକାନ୍ତ ପ୍ରଧାନ,ବିଦୁଲତା ଆଚାର୍ଯ୍ୟ, ସୀତାକାନ୍ତ ମହାନ୍ତି,ଅମରେନ୍ଦ୍ର ପାଇକରାୟ, କେଶବ ପ୍ରଧାନ,ସଞ୍ଜୟ ନାୟକ ,ଗୋବିନ୍ଦ ମଲିକ, ଗୋବର୍ଦ୍ଧନ ପ୍ରଧାନ, ଗୁଣନିଧି ସାହୁ, ପ୍ରଦୀପ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ . ଆଗାମୀ ଦିନରେ ଏହି ସତ୍ୟାଗ୍ରହ ଆନ୍ଦୋଳନ କୁ କିଭଳି ଆହୁରି ତୀବ୍ରତର କରାଯିବ ଖସଡା ପ୍ରସ୍ତୁତ କରାଗଲା .

Leave a Reply

Your email address will not be published.