କଣ୍ଟେନମେଣ୍ଟ ଜୋନ ଘୋଷଣା

ବାଙ୍କି: ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମପଂଚାୟତର ୩ନମ୍ବର ଓ୍ବାର୍ଡ ପାଟଣାସାହିକୁ ସରପଞ୍ଚ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଦୁଇଟି ପରିବାରରୁ କରୋନା ପଜିଟିଭ ଚିହ୍ନଟ ପରେ ସରପଞ୍ଚ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ କିଭଳି ରୂପେ କଦଳୀବାଡି ପଂଚାୟତ ସହିତ ପାଟଣା ସାହି ୩ ନମ୍ବର ୱାର୍ଡ ସମ୍ପୂର୍ଣ୍ଣ କରୋନା ମୁକ୍ତ ରହିବ ସେନେଇ ସରପଞ୍ଚ ପ୍ରକାଶ କୁମାର ବେଉରା ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ସାଙ୍ଗରେ ନେଇ ପ୍ରତି ଘରର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ଏହାସହିତ କରୋନାକୁ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି । ସରପଞ୍ଚଙ୍କ ଏହିଭଳି କାର୍ଯ୍ୟଦକ୍ଷତା ପାଇଁ ପଂଚାୟତ ବାସି ତାଙ୍କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published.