ବାଲିଆପାଳ ସିଏଚସିରେ କାର୍ଯ୍ୟରତ ଡିଇଓଙ୍କର ଚାକିରିର ସ୍ଥାୟିତ୍ୱକୁ ନେଇ ବିବାଦ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଦୀର୍ଘ ସାତମାସ ତଳେ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକା କରଣ କାର୍ଯ୍ୟ ସୂଚାରୁ ରୂପେ ଚଲାଇବା ପାଇଁ NRHM ତରଫରୁ ଡାଟା ଏଣ୍ଟ୍ରି ଅପରେଟର(DEO) ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେତେବେଳେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା+୨ ଥିଲା । ବର୍ତ୍ତମାନ କିଛି ଡିଇଓଙ୍କ ଚାକିରୀ ସୂତାଖିଅରେ ଝୁଲୁଥିବାରୁ ଚାକିରୀର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଇଥିବାରୁ ତାଙ୍କ ମଧ୍ୟରେ କୁକୋଆ ଭୟ ସୃଷ୍ଟି ହୋଇଛି ।

ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାତମାସ ତଳୁ ଚନ୍ଦନ କୁମାର ସେଠୀ, ସୃତିରଞ୍ଜନ ବେହେରା, ସନୁନିଗମ ପାତ୍ର, ପ୍ରୀତିରଞ୍ଜନ ଜେନା, ରଜତ କୁମାର ବାରିକ, ପ୍ରଦୀପ ସାହୁ ପ୍ରମୁଖ ଏହି ୬ ଜଣ ପିଲା ଡାଟା ଏଣ୍ଟ୍ରି ଅପରେଟର ପଦବୀରେ NRHM ଯୋଜନାରେ ନିଯୁକ୍ତି ପାଇ ଟୀକାକରଣ କାର୍ଯ୍ୟକ୍ରମରେ ସୂଚାରୁ ରୂପେ କାର୍ଯ୍ୟ ସଂପାଦନ କରିଆସୁଥିଲେ । କିନ୍ତୁ ଗତ ଛଅ ଦିନ ହେଲା ସେମାନଙ୍କୁ ଭାରପ୍ରାପ୍ତ BPM କାର୍ଯ୍ୟରେ ଯୋଗ ଦେବାକୁ ମନାକରି ଦେଇଛନ୍ତି । କାରଣ ପଚାରିଲେ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହେଇଛି । ତେବେ ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ସିଡିଏମଓ ଙ୍କ ଚିଠି ଅନୁଯାୟୀ ଟୀକାକରଣ ନିମନ୍ତେ ଗ୍ରାଜୁଏଟ୍ ପିଲାଙ୍କୁ ଅଗ୍ରାଧିକାର ଦେବାର ନୂତନ ନୀୟମ ଆସିଥିବା ବେଳେ ଯୁକ୍ତ ଦୁଇ ପିଲାଙ୍କୁ ବାଦ୍ ଦେବାର ନୂତନ ନୀୟମ ହୋଇଛି । ଫଳରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଛଅ ଜଣ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । ଦୀର୍ଘ ସାତମାସ ହେବ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଥିବା ଡିଇଓ ମାନଙ୍କୁ ଏବେ ବାହାର କରି ଦିଆଯିବାର ଯୋଜନା ହେଉଥିବାର ଅଭିଯୋଗ ହେଉଛି । ତେଣୁ ଛଅ ଜଣ ଡିଇଓଙ୍କୁ ଯଦି ପୂର୍ବବତ କାର୍ଯ୍ୟ କରିବାର ସୁଯୋଗ ନ ମିଳେ ତେବେ ସେମାନେ ଅନଶନରେ ବସିବାର ଧମକ ଦେଇଛନ୍ତି ।

 

Leave a Reply

Your email address will not be published.